ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଭେଟିଲେ ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାନକ୍ରିୟାଟିକ୍ କ୍ୟାନସରରେ ପୀଡିତ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭେଟିଛନ୍ତି । ରାଫେଲ୍ ଡିଲ୍କୁ ନେଇ ରାହୁଲ ସବୁବେଳେ ପାରିକରଙ୍କୁ ଟାର୍ଗେଟ କରୁଥିବା ବେଳେ ହଠାତ୍ ତାଙ୍କୁ ସାକ୍ଷାତ୍ କରିବାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି ରାହୁଲ ନିଜେ ଟୁଇଟ କରି ଜଣାଇଛନ୍ତି । ଏଥିସହ ପାରିକର ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି କାମନା କରିଛନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ ଫେବୃୟାରୀରୁ ପାରିକର ପାନକ୍ରିୟାଟିକ୍ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ବିଦେଶରେ ଚିକିତ୍ସା ସାରି ଫେରିବା ପରେ ଏମ୍ସ ଓ ଗୋଆରେ ଚିକିତ୍ସିତ ହେବା ସତ୍ତ୍ୱେ ତାଙ୍କ ସ୍ବାସ୍ଥ୍ୟରେ ସେତେଟା ଉନ୍ନତି ପରିଲକ୍ଷିତ ହେଉନାହିଁ ।