ଆମେଠିରୁ ନାମାଙ୍କନ ଭରିଲେ ରାହୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶର ଆମେଠି ଲୋକସଭା ଆସନ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ରାହୁଲଙ୍କ ସହ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଭିଣୋଇ ରବର୍ଟ ଭଦ୍ରା, ଭଣଜା, ଭାଣଜୀ ଓ ମା’ ସୋନିଆ ଗାନ୍ଧି ଉପସ୍ଥିତ ଥିଲେ । ଏହି ଅବସରରେ ରାହୁଲ ମୁନିସୀଗଞ୍ଜରୁ ଗୌରୀଗଞ୍ଜ ପର୍ଯ୍ୟନ୍ତ ୩ କିମି ରାସ୍ତା ରୋଡ ଶୋ’ କରିଥିଲେ । ସୋନିଆ ଗାନ୍ଧି ରାଲିରେ ସାମିଲ ହୋଇ ନଥିଲେ । କିନ୍ତୁ ନାମାଙ୍କନ ଦାଖଲ ବେଳେ ଜିଲ୍ଲାପାଳ କାର୍ଯ୍ୟାଯାଳୟରେ ରାହୁଲଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ରୋଡ୍‌ ଶୋ’ରେ ହଜାର ହାଜର କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ଏଥର ମଧ୍ୟ ରାହୁଲଙ୍କ ପ୍ରତିଦ୍ୱନଦ୍ୱୀ ଭାବେ ଦ୍ବିତୀୟ ଥର ପାଇଁ ବିଜେପିରୁ ସ୍ମୃତି ଇରାନୀ ପ୍ରାର୍ଥୀ ହୋଇଛନ୍ତି ।

ସୂଚନାଯୋଗ୍ୟ, ରାହୁଲ ସାଉଥ୍‌ର ୱାୟନାଡରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ସେ ଗତ ଗୁରୁବାର ସେଠାରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ।

Leave a comment