ପରଲୋକରେ ସାୟର ରାହତ ଇନ୍ଦୋରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉର୍ଦୁ ସାୟର ରାହତ ଇନ୍ଦୋରିଙ୍କ ପରଲୋକ ହୋଇଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଇନ୍ଦୋରର ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ସକାଳେ ରାହତ ନିଜେ ଟୁଇଟ କରି ସେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ। ତାଙ୍କ ପୁଅ ତଥା ଯୁବ ସାୟର ସତଲଜ ରାହତଙ୍କ କହିବା ଅନୁସାରେ, ଗତ ଚାରିଦିନ ହେଲା ତାଙ୍କର ବାପା ଖୁବ୍ ବିଚଳିତ ଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କ ଫୁସଫୁସର ଏକ୍ସରେ କରାଯିବା ପରେ ତାଙ୍କୁ ନିମୋନିଆ ହୋଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କର ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କର ହୃଦରୋଗ ଥିଲା। ସେ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ପ୍ରକାଶ ଥାଉକି, ୧୯୫୦ ମସିହା ଜାନୁଆରୀ ୧ ତାରିଖରେ ରାହତ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ।

Leave a comment

You cannot copy content of this page