ଦୀର୍ଘ ୨ ବର୍ଷ ପରେ ଜୟପୁରକୁ ଫେରିଲା ରାହାଗିରି

0

ଦୀର୍ଘ ୨ ବର୍ଷ ପରେ ଜୟପୁରକୁ ଫେରିଲା ରାହାଗିରି। ଉତ୍ସବମୁଖର ହେଲା ଜୟପୁର ସହରର ମୁଖ୍ୟ ରାସ୍ତା । ଖୋଲା ଆକାଶ ତଳେ ଖୋଲା ମଞ୍ଚରେ ବିଭିନ୍ନ କଳାପ୍ରଦର୍ଶନ କରୁଛନ୍ତି ପ୍ରତିଯୋଗୀ । ଆଉ ଏହାକୁ ମନ ଭରି ଉପଭୋଗ ଜିଲ୍ଲାବାସୀ । କିଏ ଚିତ୍ର ଆଙ୍କୁଛି ତ ଆଉ ଖିଏ ଫ୍ୟାନସି ପ୍ରତିଯୋଗିତାରେ ନେଇଛି ଭାଗ ।

ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଜୟପୁର ସହର । ଝୋଟି ଚିତ୍ରଠାରୁ ଆରମ୍ଭ କରି ନାଚଗୀତ ଆଉ ତାସାଙ୍ଗକୁ ବିଏସଏଫର ଅସ୍ତ୍ର ପ୍ରଦର୍ଶନୀ ଏଥର ରାହାଗିରିରେ ପାଲଟିଛି ମୁଖ୍ୟ ଆକର୍ଷଣ । ସେହିପରି ଏହି ପଥ ମହୋତ୍ସବକୁ ଉପଭୋଗ କରୁଛନ୍ତି ଲୋକେ ।

 

Leave a comment