ରାଫେଲକୁ ନେଇ ପୁଣି ହଙ୍ଗାମା, ମୋଦିଙ୍କ ବିରୋଧରେ ତଦନ୍ତ ଦାବି କଲା କଂଗ୍ରେସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଫେଲ ଯୁଦ୍ଧ ବିମାନ ଫାଇଲ୍‌ ଚୋରି ଘଟଣାର ତଦନ୍ତ  ନିର୍ଦ୍ଦେଶ ଦେବାକୁ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାଫେଲ ଯୁଦ୍ଧ ବିମାନ କିଣିରେ ୩୦ହଜାର କୋଟିର ଦୁର୍ନୀତି ହୋଇଥିବା ବେଳେ ସରକାର ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଏ ନେଇ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ରାହୁଲ କହିଛନ୍ତି ଯେ, ଏହି ଘୋଟାଲାରେ ମୋଦିଙ୍କ ହାତ ଥିବା ବେଳେ ଏହାର ତଦନ୍ତ କରାଯିବା ଆବଶ୍ୟକ । ଏଥିସହ ରାହୁଲ ଆହୁରି କହିଛନ୍ତି, ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ନେଇ ମୋଦି ରାଜନୀତି କରୁଥିବା ବେଳେ ପୁଲଓ୍ବାମା ଶହୀଦ୍‌ ପରିବାର ମଧ୍ୟ ମୃତ ଆତଙ୍କବାଦୀଙ୍କ ସଂଖ୍ୟା ରିପୋର୍ଟ ମାଗିଛନ୍ତି । ଏହା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ବୋଲି ରାହୁଲ କହିଛନ୍ତି ।

ଅପରପକ୍ଷେ ରାଫେଲ ଯୁଦ୍ଧ ବିମାନ ଫାଇଲ୍‌ ଚୋରି ଘଟଣାରେ ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ରାଫେଲ ଯୁଦ୍ଧ ବିମାନ ଉଡ଼ାଇବା ବଦଳରେ ଏହାର ଫାଇଲ୍‌ ଉଡ଼ାଇ ଦେଇଛନ୍ତି । ନିଜକୁ ଷ୍ଟଣ୍ଟମ୍ୟାନ୍‌ କହୁଥିବା ମୋଦି ଶେଷରେ ଏଭଳି କରିଥିବା ଅଭିଯୋଗ କରିଛନ୍ତି ତେଜସ୍ବୀ ।

Leave a comment