ରାଧାବଲ୍ଲଭ ମଠ ପାର୍ଶ୍ଵରେ ଥିବା ୪ଟି ଦୋକାନ ଉଚ୍ଛେଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ମିଟର ସୁରକ୍ଷା ଐତିହ୍ୟ କରିଡର ପାଇଁ ୯୭ ପ୍ରତିଶତ ଜମି ଅଧିଗ୍ରହଣ ସରିଛି । ରବିବାର ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାଧାବଲ୍ଲଭ ମଠ ପାର୍ଶ୍ଵରେ ଥିବା ୪ଟି ଦୋକାନ ଘର ଭଙ୍ଗାଯାଇଛି । ଗୋଟିଏ ବୁଲଡୋଜର ମେସିନ ସହାୟତାରେ ଏହି ଉଚ୍ଛେଦ କରାଯାଇଛି ।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ଦୋଳମଣ୍ଡପ ସାହି ଛକ ପଟୁ ରାସ୍ତା ବନ୍ଦ କରାଯାଇ ଏହି ଉଚ୍ଛେଦ କରାଯାଇଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ରହିଯାଇଥିବା ଅବଶିଷ୍ଟ ଛୋଟ, ବଡ଼ ଘର ଭଙ୍ଗାଯିବ। ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ ପାଇଁ ଟେଣ୍ଡର କାର୍ଯ୍ୟ ସରିଥିବା ବେଳେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ପରେ ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ।