ଅତନୁ, ଅରୁଣଙ୍କୁ ନୋଟିସ ପରେ ସିବିଆଇର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଲେ ନିରଞ୍ଜନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚିଟଫଣ୍ଡ ଲିଙ୍କରେ ବିଜେଡିର ଦୁଇ ବିଧାୟକଙ୍କୁ ସିବିଆଇ ନୋଟିସ ଜାରି କରିଛି । କିନ୍ତୁ ସିବିଆଇର ଏହି ନୋଟିସ୍ ସନ୍ଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପୂର୍ବରୁ ସିବିଆଇ ନୀରବ ଥିବା ବେଳେ ନିର୍ବାଚନ ସମୟରେ ପାଖେଇ ଆସୁଥିବା ସମୟରେ ନୋଟିସ ଜାରି କରାଯିବା ସନ୍ଦେହ ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି ବୋଲି ନିରଞ୍ଜନ କହିଛନ୍ତି ।
ସୂଚନା ଅନୁଯାୟୀ, ଚିଟଫଣ୍ଡ ଲିଙ୍କରେ ବିଜେଡିର ଦୁଇ ବିଧାୟକଙ୍କୁ ସିବିଆଇ ପକ୍ଷରୁ ନୋଟିସ ଜାରି କରାଯାଇଛି । ଜଣେ ବିଧାୟକଙ୍କୁ ୨୮ ତାରିଖରେ ହାଜର ହେବା ପାଇଁ କୁହାଯାଇଥିବା ବେଳେ ଅନ୍ୟ ଜଣେ ବିଧାୟକଙ୍କୁ ୩୦ ତାରିଖରେ ହାଜର ହେବାକୁ ନୋଟିସରେ କୁହାଯାଇଥିଲା । ତେବେ ସୋମବାର ଜଣେ ବିଧାୟକ ହାଜର ହୋଇ ନଥିବା ବେଳେ ଆଜି ଆଉ ଜଣେ ବିଧାୟକ ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି ।