କ୍ୟୁଏଟିର ଖବରୀକୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ହଳଦୀପଡ଼ିଆ ବସ୍ତିରୁ ପୁଣି ଜବତ ହେଲା ବ୍ରାଉନ ସୁଗର । ଆଜି ଅବକାରୀ ଗୁଇନ୍ଦା ବିଭାଗ ଅତର୍କିତ ଭାବେ ଚଢ଼ାଉ କରି ହଳଦୀପଡିଆ ବସ୍ତିରୁ ୧୦୫ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଜଣକୁ ଗିରଫ କରିଛି । ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୧୦ ଲଷ ୫ ହଜାର ଟଙ୍କା ହେବ । ଗିରଫ ଯୁବକ କ୍ୟୁଏଟି ର ଖବରୀ ଭାବେ କାର୍ଯ୍ୟ କରୁଥିଲା ।

ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଆଜି ଅବକାରୀ ଗୁଇନ୍ଦା ବିଭାଗ ଅତର୍କିତ ଭାବେ ହଳଦୀପଡିଆ ବସ୍ତି ଉପରେ ଚଢ଼ାଉ କରିଥିଲା । ଏହିସମୟରେ ଜଣେ ଯୁବକକୁ ୧୦୫ଗ୍ରାମ ବ୍ରାଉନ ସୁଗର ସହ ଗିରଫ କରଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଗିରଫ ହୋଇଥିବା ଯୁବକ ଜଣକ କ୍ୟୁଏଟିର ଖବରୀ ଥିଲା । ହଳଦୀପଡିଆରେ ପୂର୍ବରୁ ଯେଉଁମାନେ ଏହି ଧଳା ଜହର କାରବାର କରୁଥିଲେ ସେମାନଙ୍କ ବିଷୟରେ କ୍ୟୁଏଟିକୁ ସେ ସବୁ ଖବର ଦେଉଥିଲା । ଏହିପରି ବାରମ୍ବାର ସେମାନଙ୍କୁ ଗିରଫ କରାଇ ଏବଂ କ୍ୟୁଏଟିର ବିଶ୍ୱାସ ଜିତି ସେ ଖେଳିଥିଲା ନୂତନ ଖେଳ । ସମସ୍ତଙ୍କୁ ଏହି ବେପାର ରାସ୍ତାରୁ ବାହାର କରି ନିଜେ ଧଳା ଜହର ବ୍ୟାପାରର କାୟାବିସ୍ତାର କରିଥିଲା । କ୍ୟୁଏଟିର ଖବରୀ ଭାବରେ ସେ ଜଣାଶୁଣା ଥିବାରୁ କେହି ସାହସ କରି କିଛି କହିପାରୁନଥିଲେ । ଶେଷରେ ଆଜି ଅବକାରୀ ଗୁଇନ୍ଦା ବିଭାଗ ହଳଦୀପଡିଆ ବସ୍ତି ଉପରେ ଚଢ଼ାଉ କରି ୧୦୫ ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଉକ୍ତ ଯୁବକକୁ ଗିରଫ କରିଛି ।

Leave a comment