ବିଜେଡିରେ ଯୋଗଦେଲେ ପ୍ୟାରୀମୋହନଙ୍କ ବଡଝିଅ ସିକ୍ତା ପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ସାଂସଦ ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡଝିଅ ସମାଜସେବୀ ସିକ୍ତା ପତି ଆଜି ବିଜେଡିରେ ଯୋଗ ଦେଇଛନ୍ତି । ସେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ସୂଚନା ଅନୁଯାୟୀ, ପ୍ୟାରୀମୋହନଙ୍କ ବଡଝିଅ ତଥା ସମାଜସେବୀ ସିକ୍ତା ପତି ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସିକ୍ତାଙ୍କ ଯୋଗଦାନ ବିଜେଡିକୁ ଅଧିକ ମଜଭୁତ କରିବ । ସେହିପରି ବିଜେଡ଼ିରେ ଯୋଗଦାନ ପରେ ସିକ୍ତା କହିଛନ୍ତି ସେ ସମାଜରେ ଅବହେଳିତ ଲୋକଙ୍କ ପାଇଁ କାମ କରିବେ ।

ସୂଚନା ଥାଉ କି, ବିଜେଡି ଦଳରେ ପ୍ୟାରୀଙ୍କ ଅବଦାନକୁ କେହି ଅଣଦେଖା କରିପାରିବେ ନାହିଁ । ସ୍ବର୍ଗତ ପ୍ୟାରୀଙ୍କୁ ବିଜେଡିର ଚଣକ୍ୟ ବୋଲି ମଧ୍ୟ କୁହାଯାଉଥିଲା । ମାତ୍ର କିଛି ମତଭେଦ ପାଇଁ ବିଜେଡିରୁ ପ୍ୟାରୀ ଦୂର ହୋଇଯାଇଥିଲେ ।

Leave a comment