ଇତିହାସ ରଚିଲେ ପିଭି ସିନ୍ଧୁ

0

ଚଳିତ ସିଙ୍ଗାପୁର ଓପନରେ ଭାରତୀୟ ସଟଲର ସିନ୍ଧୁଙ୍କ ଦମଦାର ପ୍ରଦର୍ଶନ । ମହିଳା ଫାଇନାଲରେ ଚୀନର ୱାଙ୍ଗ ଝି ୟିଙ୍କୁ ହରାଇ ସିଙ୍ଗାପୁର ଓପନ ଟାଇଟଲ ହାତେଇଛନ୍ତି ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ । ବର୍ଷକ ଭିତରେ ଏହା ହେଉଛି ସିନ୍ଧୁଙ୍କର ତୃତୀୟ ସଫଳତା ।

ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ସୁପର-୫୦୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ତଥା ସିଙ୍ଗାପୁର ଓପନ୍ ୨୦୨୨ ଜିତିଛନ୍ତି। ଭାରତର ଷ୍ଟାର ସଟଲର ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ଫାଇନାଲରେ ଚୀନର ୱାଙ୍ଗ ଝିଙ୍କୁ ପରାସ୍ତ କରିଛନ୍ତି। ସେ ଏହି ମ୍ୟାଚ୍ କୁ ୨୧-୯, ୧୧-୨୧ ଏବଂ ୨୧-୧୫ରେ ଜିତିଥିଲେ। ସିନ୍ଧୁ ଚଳିତ ବର୍ଷ ଏହି ପ୍ରଥମ ସୁପର-୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି। ଏହା ପୂର୍ବରୁ ସିନ୍ଧୁ ଦୁଇଟି ସୁପର-୩୦୦ ଟୁର୍ଣ୍ଣାମେଣ୍ଟ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ଏବଂ ସ୍ୱିସ୍ ଓପନ୍ ଟାଇଟଲ୍ ଜିତିଥିଲେ। ସିନ୍ଧୁ ସିଙ୍ଗାପୁର ଓପନ୍ ଜିତି ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ଦାବିକୁ ମଜବୁତ କରିଛନ୍ତି।

Leave a comment

You cannot copy content of this page