ଶ୍ରୀମନ୍ଦିରରେ ରକ୍ତଛିଟା: ମହାପ୍ରଭୁଙ୍କ ହେଲା ମହାସ୍ନାନ ନୀତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା। ଭକ୍ତଙ୍କ ରକ୍ତ ଛିଟା ଦେଖାଯିବା ପରେ ଶ୍ରୀମନ୍ଦିରରେ ହେଲା ମହାସ୍ନାନ ନୀତି ।
ସୂଚନାଯୋଗ୍ୟ, ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ଗହଳି। ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଭକ୍ତଙ୍କ ଲମ୍ବା ଲାଇନ । ଗତକାଲି ରବିବାର ଦର୍ଶନ ବନ୍ଦ ରହିଥିବାରୁ ଆଜି ପ୍ରତ୍ୟୁଷରୁ ଭିଡ଼ ଲାଗି ରହିଥିବାବେଳେ ସ୍ୱତନ୍ତ୍ର ବ୍ୟାରିକେଡ଼ ମଧ୍ୟରେ ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରୁଛନ୍ତି। ସାଧାରଣତଃ ମରଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ ରହିଥିବାବେଳେ ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଛି। ସେପଟେ ଆଜି ଶ୍ରୀମନ୍ଦିରରେ ସକାଳୁ ସକାଳୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଭିତର କାଠ ନିକଟରେ ଭକ୍ତଙ୍କ ରକ୍ତ ଛିଟା ପଡ଼ିଥିବା ପରିଲକ୍ଷିତ ହୋଇଥିବାରୁ ଧୁଆ ହୋଇ ଚୁନପାଣି ଛିଞ୍ଚାଯାଇ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି ।