ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଚାହାଣୀ ମଣ୍ଡପ ଫଟୋ

0

ଓଡିଶା ଫାଷ୍ଟ( ବ୍ୟୁରୋ ) : ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ।  ଆନନ୍ଦବଜାର ଓ ଭୋଗ ମଣ୍ଡପପରେ ଏବେ ଚାହାଣୀ ମଣ୍ଡପର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍। ଚାହାଣୀ ମଣ୍ଡପ ଉପରେ ଜଣେ ଯୁବକ ଫୋନରେ କଥା ହେବାର ଭିଡିଓ ଭାଇରାଲ୍ ହୋଇଛି। ତେବେ ସୁରକ୍ଷାକର୍ମୀ ମୁତୟନ ଥିବା ସତ୍ତ୍ଵେ କିଭଳି ଭାବରେ ଜଣେ ମନ୍ଦିର ଭିତରେ ଫୋନ ବ୍ୟବହାର କରିଥିଲେ ଏବଂ ଏଥିପ୍ରତି କାହାର ନିଘା ନଥିଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଘଟଣା ପ୍ରଥମଥର ପାଇଁ ନୁହେଁ ବାରମ୍ଵାର ହେଉଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡାକଡି କରୁନାହିଁ। ଏତଦ୍ ବ୍ୟତୀତ ଶ୍ରୀମନ୍ଦିର ବାହାରେ କଡା ସୁରକ୍ଷା ପ୍ରହରୀ ଥିବା ସତ୍ତ୍ଵେ ମଧ୍ୟ କିଭଳି ଭାବରେ ଲୋକମାନେ ବାରମ୍ଵାର ମନ୍ଦିର ଭିତରେ ମୋବାଇଲ ବ୍ୟବହାର କରୁଛନ୍ତି ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି।

Leave a comment

You cannot copy content of this page