ହାଜତ ମୃତ୍ୟୁ ଚାପ: ବଦଳିଲେ ପୁରୀ ଏସପି

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପୁରୀ ଏସପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସମ୍ବଲପୁର ଏସପି କେ. ବିଶାଳ ସିଂହଙ୍କୁ ପୁରୀ ଏସପି ଭାବରେ ଅବସ୍ଥାପିତ କରାଯାଇଛି । ପୁଲିସ ମୁଖ୍ୟାଳୟକୁ ଅଖିଳେଶ୍ୱର ସିଂହଙ୍କ ବଦଳି କରାଯାଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଦିନକ ତଳେ ପୁରୀରେ ଏକ ହାଜତ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ବିଧାନସଭା କାଳରେ ପୁରୀ ଓ ସୁନ୍ଦରଗଡ଼ ଜିଲାର କୁଆଁରମୁଣ୍ଡାରେ ଦୁଇ ଦୁଇଟି ହାଜତ ମୃତ୍ୟୁ ବିରୋଧୀଙ୍କ ପାଇଁ ସରକାରଙ୍କୁ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଜାତୀୟ ମାନବାଧିକାର କମିଶନ ଓ ହାଇକୋର୍ଟ ଏହି ପ୍ରସଙ୍ଗରେ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି ।

Leave a comment