ପୁରୀ ଗୁଳିକାଣ୍ଡ ଓ ଛୁରାମାଡ଼ ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୀ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ ହୋଇଛି। ଲୋକନାଥ ମନ୍ଦିର ସେବକ ଶିବରାମ ପାତ୍ରଙ୍କୁ ହତ୍ୟା ପଛରେ ପ୍ରେମ ବ୍ୟାପାର କିମ୍ବା ବ୍ୟକ୍ତିଗତ ଶତୃତା ବୋଲି ସନ୍ଦେହ କରାଯାଉଛି।
ହତ୍ୟାକାଣ୍ଡରେ ଅନ୍ୟ କାହାରି ସଂପୃକ୍ତି ଅଛି କି ନାହିଁ ସେନେଇ ମଧ୍ୟ ତଦନ୍ତ ଚାଲିଛି। ଗତକାଲି ଶିବରାମ ବାଇକରେ ଘରୁ ଆସୁଥିବା ବେଳେ ଦୁର୍ବୃତ୍ତ ମାନେ ଏମାର ମଠ ନିକଟରେ ତାଙ୍କ ମୁଣ୍ଡ ଉପରକୁ ଦୁଇ ରାଉଣ୍ଡ ଗୁଳି କରି ଫେରାର ହୋଇଥିଲେ । ଘଟଣାସ୍ଥଳରେ ହିଁ ଶିବାରାମ ଟଳି ପଡ଼ିଥିଲେ । ଏପଟେ ଅନ୍ୟ ଏକ ଘଟଣାରେ ମାଉସୀ ମାଆ ମନ୍ଦିର ନିକଟରେ ହୋଇଥିବା ଛୁରାମାଡ ଘଟଣାରେ ଗୁରୁତର ଆହତ ସୂର୍ଯ୍ୟନାରାୟଣ ତ୍ରିପୀଠୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ମାମଲାରେ ସଂପୃକ୍ତ ଦିପୁ ବେହେରା, ବାବୁନା ଭୋଇ ଓ ଶିବୁନା ପାତ୍ରକୁ ପୋଲିସ ଗିରଫ କରିଛି।