ସଂରକ୍ଷିତ ହୋଇ ରହିବ ଚଳିତ ବର୍ଷର ତିନି ରଥ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦ୍ଵନ୍ଦ ଏବଂ ଅନିଶ୍ଚିତତା ମଧ୍ୟରେ ଖୁଵ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ଚଳିତ ବର୍ଷର ରଥଯାତ୍ରା ଯୁଗଯୁଗ ପାଇଁ ସ୍ମରଣୀୟ ହୋଇ ରହିଯିବ । ତେଣୁ ଏହି ଐତିହାସିକ ରଥଯାତ୍ରାରେ ବ୍ୟବହୃତ ରଥକୁ ସଂରକ୍ଷିତ ରଖିବାକୁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ମହାରଣା, ଭୋଇ ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟ ମାନେ ଆଲୋଚନା କରିଥିଲେ । ବିଶେଷ କରି ଗତ ପରିଚାଳନା କମିଟି ଓ ଛତିଶା ନିଯୋଗ ର ମିଳିତ ବୈଠକର ନିଷ୍ପତି ଅନୁସାରେ ଚଳିତ ବର୍ଷ ଯେଉଁ ତିନଟି ରଥ ରହିଛି ତାକୁ ସଂଗ୍ରକ୍ଷଣ କରାଯିବାକୁ ଏକ ପ୍ରକାର ନିଷ୍ପତି ହୋଇଥିବା ବେଳେ ଏହା ଉପରେ ତର୍ଜମା କରାଯାଉଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ତେଣୁ ଚଳିତ ବର୍ଷର ମହାପ୍ରଭୁଙ୍କ ତିନଟି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରଖିବା ବ୍ୟବସ୍ଥା କରାଯିବ । ତେବେ ଵିଧି ମୁତାବକ ତିନି ରଥକୁ ଯେଭଳି ଭଙ୍ଗା ଯିବା କଥା ଭଙ୍ଗାଯିବ । ରଥର ଯେତିକି ଅଂଶ ସରଙ୍ଖିତ ରଖାଯାଇ ପାରିବ ସେହି ଅଂଶକୁ ଶ୍ରୀ ଜଗନ୍ନାଥ ବଲ୍ଳଭ ମଠକୁ ନିଆଯିବ । ଏବଂ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ ବଲ୍ଳଭ ଉର୍ଣ୍ଣୟନ ପ୍ରକଳ୍ପ ମାଷ୍ଟର ପ୍ଲାନ ଅନୁସାରେ ପ୍ରତୀକାତ୍ମକ ରଥ ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେହି ଅନୁସାରେ ସଂରକ୍ଷିତ ଅଂଶ ଓ ଅନ୍ୟ ଅଂଶକୁ ସେଠାରେ ନିର୍ମାଣ କରାଯାଇ ରଖାଯିବ । ମୁଖ୍ୟତଃ ଏହାକୁ କିଭଳି ସଂରକ୍ଷିତ ରଖାଯାଇ ପାରିବ ଏବଂ ଉଇ କିଭଳି ନଲାଗିବ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି । ଏବଂ ଏହି ତିନଟିରଥ ଗୁଡିକୁ ସଂରକ୍ଷିତ ରଖିବା ପାଇଁ ପୂର୍ବରୁ ମଧ୍ୟ ଶ୍ରୀଜଗନ୍ନାଥ ବଲ୍ଲଭ ଉର୍ଣ୍ଣୟନ ପ୍ରକଳ୍ପ ରେ ପ୍ରସ୍ତାବ ରହିଥିଲା । ତେଣୁ ସେହି ପ୍ରସ୍ତାବ ଆଧାର ରେ ଚଳିତ ବର୍ଷ ମହାପ୍ରଭୁଙ୍କ ବ୍ୟବହାର ତିନି ରଥକୁ ସଂରକ୍ଷିତ କରି ରଖିବା ପାଇଁ ନିଷ୍ପତି ନିଆଯାଇଛି । ପରବର୍ତ୍ତୀ ସମୟରେ ଅଧିକ ଆଲୋଚନା ଓ ତର୍ଜମା କରି ନିଷ୍ପତ୍ତି ନିଆଯିବାକୁ ସ୍ଥିର ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ବିଶେଷ ଭାବେ ଏକ ଟେକ୍ନିକାଲ ଟିମ ଗଠନ ହୋଇ କିଭଳି ସଂରକ୍ଷିତ ରଖାଯିବ ସେନେଇ ତର୍ଜମା ମଧ୍ୟ କରାଯାଉଛି ।

ଅପରପକ୍ଷରେ ରାଜ୍ୟସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ କେୟାର ସେଣ୍ଟର ଓ କୋଭିଡ ମେଡିକାଲ ପ୍ରତିଷ୍ଠା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ପ୍ରଶାସନ, ତଥା ଶ୍ରୀ ମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ମିଳିତ ଭାବେ ଏକ ଟିମ ଗଠନ କରି ଯେ କୌଣସି ଏକ ହୋଟେଲରେ ୩୦ ଶଯ୍ୟା ଏବଂ ୧୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ସେହି ନିଷ୍ପତ୍ତି କ୍ରମରେ ବିଶେଷ କରି ଶ୍ରୀମନ୍ଦିର ସେବାୟତ, କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଅଛନ୍ତି ସେମାନଙ୍କୁ ଆଗାମୀ ଦିନରେ କିଭଳି ସୁରକ୍ଷିତ ରଖାଯାଇ ପାରିବ ଓ ଚିକିତ୍ସା ମଧ୍ୟ ଠିକ ଭାବେ କରାଯିବ ସେଥି ପ୍ରତି ନଜର ରଖି ଏଭଳି ବ୍ୟବସ୍ଥା କରାଯାଉଛି ।

Leave a comment