ମିଳିଲା ଅନୁମତି : ନିରାଶ ହେବେନି ଜଗା ଭକ୍ତ, ବଡଦାଣ୍ଡରେ ଗଡ଼ିବ ରଥ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଛି। କାଲି ପୁରୀରେ ବଡ଼ ଦାଣ୍ଡରେ ରଥଯାତ୍ରା ହେବ। ଏନେଇ ସୁପ୍ରିମକୋର୍ଟ ଗ୍ରିନ ସିଗନାଲ ଦେଇଛନ୍ତି। କେବଳ ପୁରୀରେ ରଥଯାତ୍ରା ହେବ। କେତେକ ସର୍ତ୍ତ ଅନୁଯାୟୀ ପୁରୀରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। କରୋନା ଯେପରି ନ ବ୍ୟ।ପେ ସେନେଇ ରାଜ୍ୟ ସରକାର, ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏନେଇ ଧ୍ୟାନ ଦେବାକୁ ସୁପ୍ରିମକୋର୍ଟ କହିିିଛନ୍ତି।
ସୂଚନାଯୋଗ୍ୟ, ରଥଯାତ୍ରା ପାଇଁ ଜଗନ୍ନାଥ ଧାମ ପୁରୀରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି। ରଥଟାଣିବା ପାଇଁ ରଥଖଳାରେ ୭ଜଣ ଡାହୁକ ଆସି ପହଞ୍ଚି ଯାଇଛନ୍ତି। ସିଂହଦ୍ୱାର ସମ୍ମୁଖକୁ ତିନି ରଥକୁ ଆଣିବା ପାଇଁ ଏହି ଡାହୁକମାନଙ୍କୁ ଡକାଯାଇଛି।
ଅନ୍ୟପଟେ ବଡ଼ଦାଣ୍ଡରୁ ଉଠାଦେକାନୀଙ୍କୁ ହଟାଯିବା ପ୍ରକ୍ରିୟା ମଧ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି। ଦିନ ୪ଟା ସୁଦ୍ଧା ବଡଦାଣ୍ଡରୁ ସମସ୍ତ ଉଠାଦୋକାନୀଙ୍କୁ ଉଠାଇ ଦିଆଯିବ। ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ସବୁ ଉଠାଦୋକାନୀଙ୍କୁ ଉଠି ଯିବାକୁ ପୁରୀ ମ୍ୟୁନିସିପାଲିଟି କତ୍ତୃର୍ପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ ଓ ଡିଜିପି ମଧ୍ୟ ପୁରୀ ଯାଇଛନ୍ତି। ଶୁଣାଣି ସରିବା ପରେ କୋଟିକୋଟି ଓଡ଼ିଆଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି।