୩ ମନ୍ତ୍ରୀ ଓ ଯୋଜନାବୋର୍ଡ଼ ଉପାଧ୍ୟକ୍ଷଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କଟକଣା ଭିତରେ ରଥଯାତ୍ରାକୁ ସୁରୁୁଖୁରୁରେ ସାରିବାକୁ ଅଂଟା ଭିଡିଛନ୍ତି ସରକାର। ହାତରେ ଅଳ୍ପ ସମୟ ଥିବାରୁ ଯୁଦ୍ଧକାଳୀନ ସ୍ଥିତିରେ ବ୍ୟବସ୍ଥା କରାଯାଉଛି । ଏହାରି ଭିତରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା ପାଇଁ ରାଜ୍ୟ ସରକାର ୩ ମନ୍ତ୍ରୀ ଓ ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୩ ଜଣ ମନ୍ତ୍ରୀଙ୍କୁ ପୁରୀ ରଥଯାତ୍ରା ଦାୟିତ୍ୱ ଦେଇଛନ୍ତି। ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର ।
ରଥଯାତ୍ରାରୁ ନିଳାଦ୍ରୀବିଜେ ଯାଏଁ ୩ ମନ୍ତ୍ରୀ ପୁରୀରେ ରହି ରଥଯାତ୍ରା କାର୍ଯ୍ୟ ତଦାରଖ କରିବେ । ଏଥିସହ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କୁ ମଧ୍ୟ ପୁରୀରେ ରହି ରଥଯାତ୍ରା ପରିଚାଳନା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।