ଉଠାଇ ନେବା କେତେ ସତ !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିମାପଡାରୁ ମହିଳାଙ୍କୁ କାକଟପୁରରେ ଛାଡି ଦେବାକୁ କହି ପୁରୀ ନେଇ ଦୁଷ୍କର୍ମ କରିଥିବା ଜଣେ ପୀଡିତା ପୁରୀ କୁମ୍ଭାର ପଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଅଭିଯୋଗ ଆଧାରରେ ଏହାର ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ ପୋଲିସ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କୁ ଗିରଫ କରିବା ସହ ତାଙ୍କ ୩ଜଣ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଅଭିଯୁକ୍ତ ମାନଙ୍କୁ ଜେରା ସମୟରେ ବେଶ ରୋଚକ ତଥ୍ୟ ପଦାକୁ ଆସିଛି । ଘଟଣାର ପାରିପାର୍ଶ୍ବିକ ପରିସ୍ଥିତି ଓ ଅଟକ ଯୁବକଙ୍କ ବୟାନ ଆହୁରି ସଙ୍ଗୀନ ରହିଛି । ପୀଡିତା ଜଣଙ୍କୁ ନିମାପଡା ନୁହେଁ, ବରଂ ଭୁବନେଶ୍ୱର ରୁ ନିଆଯାଇଥିବା ଅଟକ ଯୁବକମାନେ କହିଛନ୍ତି । ଜଣେ ଦଲାଲ ଜରିଆରେ ଯୁବତୀଙ୍କ ସହ ପରିଚୟ ହେବାପରେ ତାଙ୍କୁ ପୁରୀ ନେବାକୁ ପ୍ରସ୍ତାବ ଦିଆଯାଇଥିବା ସେମାନେ ସୂଚନା ଦେଇଛନ୍ତି । ସାଙ୍ଗରେ ଯିବାପାଇଁ ୪ ହଜାର ଟଙ୍କା ମଧ୍ୟ ଆଗୁଆ ଯୁବତୀଙ୍କୁ ଦିଆଯାଇଥିବା ଭଳି ସଙ୍ଗୀନ ଆରୋପ ସେମାନେ ଆଣିଛନ୍ତି । ଉଭୟ ପକ୍ଷ ମଧ୍ୟରେ ସହମତିରେ ଶାରୀରିକ ସମ୍ବନ୍ଧ ରହିବା ପରେ ୫ ଶହ ଟଙ୍କା ପାଇଁ ଯୁବତୀ ଜଣଙ୍କ ଜିଦ ଧରିବା ଓ ଟଙ୍କା ନଦେଲେ ଥାନାରେ ଅଭିଯୋଗ କରିବା ପାଇଁ ଯୁବତୀ ଜଣଙ୍କ ଧମକାଉଥିବା ନେଇ ମଧ୍ୟ ବରିଷ୍ଠ ପୋଲିସଙ୍କ ସମ୍ମୁଖରେ ଅଟକ ଥିବା ଯୁବକମାନେ ବୟାନ ରଖିଛନ୍ତି ।

କଠୋର କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ବୋଧହୁଏ ଅଭିଯୁକ୍ତ ମାନେ ଏଭଳି ଏକ ନୂଆ ଡ୍ରାମାର ରଚନା କରିଥାଇପାରନ୍ତି । କିନ୍ତୁ ଏଠାରେ ଆଉ ଏକ ପ୍ରଶ୍ନ ମଧ୍ୟ ଉଠୁଛି । ଯଦି ଏସବୁ ଘଟଣା ସହମତି ଭିତ୍ତିରେ ହୋଇନାହିଁ, ତେବେ ଫୋନରୁ ସାମାନ୍ୟ ମେସେଜ ଓ କଲଟିଏ କରିପାରିନଥିବା ଯୁବତୀ ଜଣଙ୍କ ଶାରୀରିକ ସମ୍ବନ୍ଧ ରଖୁଥିବା ସମୟର ପୁରା ଭିଡିଓ ରେକର୍ଡ଼ କଲେ କେମିତି ? ଗୋଟିଏ ଥର ନୁହେଁ, ଏକାଧିକ ଥର ନିଜ ଆଣ୍ଡ୍ରଏଡ଼ ଫୋନ କୁ ବ୍ୟବହାର କରି ଫଟୋ ଓ ଭିଡିଓ ରେକର୍ଡ଼ କରିବା ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ତ ?

ପୋଲିସ କେବଳ ଚାପର ବଶବର୍ତ୍ତୀ ହୋଇ ଅଭିଯୋଗ ଆଧାରରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ବଦଳରେ ପ୍ରକୃତ ସତକୁ ରାଜ୍ୟବାସୀଙ୍କ ସମ୍ମୁଖକୁ ଆଣନ୍ତୁ । ଯଦି ପୋଲିସର ତଦନ୍ତକୁ କୌଣସି ବି ପକ୍ଷ ବାଟବଣା କରୁଛି ତେବେ ତାଙ୍କୁ ଆଖିଦୃଷ୍ଟିଆ ଦଣ୍ଡ ଦିଆଯାଉ । ଆଉ ଯଦି ଅଟକ ଯୁବକଙ୍କ ପ୍ରକୃତ ପକ୍ଷେ ସମ୍ପୁକ୍ତି ଥାଏ ତେବେ ଏଭଳି ନରପିଶାଚଙ୍କୁ ଅତି କଠୋର ଦଣ୍ଡ ମିଳୁ, ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।

ସୂଚନା ଅନୁଯାୟୀ, କାକଟପୁର ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରରୁ ଏକ ବସ ଯୋଗେ ଘରକୁ ଫେରୁଥିଲେ । ସେ ନିମାପଡା ଛକରେ ଓଲ୍ହାଇବା ପରେ କାକଟପୁର ବସକୁ ଅପେକ୍ଷା କରିଥିବା ସମୟରେ ଜଣେ ପୋଲିସ କନେଷ୍ଟବଳ ସମେତ ୪ଜଣ ଯୁବତୀଙ୍କୁ ଘରେ ଛାଡି ଦେବାକୁ କହି କାରରେ ବସାଇ ନେଇଥିଲେ । ମାତ୍ର କାରଟି କାକଟପୁର ପରିବର୍ତ୍ତେ ପୁରୀ ନେଇ କୁମ୍ଭାରପଡା ଥାନା ଝାଡେଶ୍ୱରୀ କ୍ଲବ ନିକଟ ଏକ କ୍ୱାର୍ଟରରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ବହିଷ୍କୃତ ପୋଲିସ କର୍ମଚାରୀ, ସହଯୋଗୀଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିବା କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଏକ କୋଠରୀରେ ତାଲା ପକାଇ ରଖାଯାଇଥିଲା । ହେଲେ କୌଣସି ମତେ ସେଠାରୁ ସେ ଖସି ପଳାଇ ଆସିଥିଲେ । ତାପରେ କୁମ୍ଭାରପଡା ଥାନାରେ ଅଭିଯୋଗ କରିଥିଲେ ।

ଅପରପକ୍ଷରେ, ଗତକାଲି ରାତିରେ ଶିଶୁ ଭବନ ଛକରେ ପୁଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି । ପୁରୀରେ ନାବାଳିକାକୁ ଗଣଦୁଷ୍କର୍ମ ପ୍ରତିବାଦରେ କଂଗ୍ରେସ ଭବନରୁ ରାତି ଅଧିଆ ମହମବତୀ ଶୋଭାଯାତ୍ରା କରିଥିଲେ କଂଗ୍ରେସ କର୍ମୀ । ଶତାଧିକ କଂଗ୍ରେସ କର୍ମୀ ହାତରେ ମହମବତୀ ଧରି ଧରି ନବୀନ ନିବାସ ଘେରାଉ କରିବାକୁ ବାହାରିଥିଲେ । ଦୁଷ୍କର୍ମୀକାରୀଙ୍କୁ ଗିରଫ ଓ ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ନବୀନ ନିବାସ ଆଡକୁ ଆଗଉଥିଲେ । ଶିଶୁଭବନ ଛକରେ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୁଲିସ । ସେଠାରେ କଂଗ୍ରେସ କର୍ମୀ ଓ ପୁଲିସ କର୍ମଚାରୀ ଧସ୍ତାଧସ୍ତି ହୋଇଥିଲେ । ଏହାପରେ ଶତାଧିକ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ ।

Leave a comment