ଆସନ୍ତା କାଲିଠାରୁ କାଳିଆ ଦର୍ଶନ ବନ୍ଦ
ଓଡିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲିଠାରୁ ସର୍ବ ସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ । କରୋନା ଭାଇରସ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷ୍ଣ କୁମାର କହିଥିବାବେଳେ ଶ୍ରୀମନ୍ଦିରକୁ କେବଳ ପୁରୋହିତ ଏବଂ ସେବାୟତମାନେ ପ୍ରବେଶ କରିପାରିବେ ବୋଲି ସୂଚନା ଦେଇଛନ୍ତି । ମାତ୍ର ଶ୍ରୀମନ୍ଦିର ରୀତିନୀତି ପୂର୍ବପରି ଜାରୀରହିବ ।
ସୂଚନା ଅନୁଯାୟୀ, ପୂର୍ବରୁ କରୋନା ଭାଇରସ ସଂକ୍ରମଣ ରୋକିବାକୁ ପୂଜାପଣ୍ଡା ଓ ସେବକମାନେ ମାସ୍କ ପିନ୍ଧିବେ, ଅନନ୍ଦାବଜାରରେ ଭକ୍ତ ଅଭଡ଼ା ଖାଇପାରିବେ ନାହିଁ, ଭକ୍ତ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏକ ଫର୍ମ ଭର୍ତ୍ତି କରିବା ପରି ଅନେକ କଟକଣା ଜାରି କରିଥିଲା ।