ଗଙ୍ଗାମାତା ସୁଡଙ୍ଗରେ ବିଦେଶୀ ପର୍ଯ୍ୟଟକଙ୍କୁ ପ୍ରବେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ସୁରକ୍ଷା ପାଇଁ 75 ମିଟର ସ୍ଥାନରୁ ଜବର ଦଖଲ ଉଚ୍ଛେଦ କରାଯାଇଛି। ଫଳରେ ଅନେକ ଐତିହ ସମ୍ପନ୍ନ ମନ୍ଦିର ଗୁଡିକ ମାଟିରେ ମିଶିଗଲା। ସୌନ୍ଦର୍ଯ୍ୟକରଣ ନାମରେ ଅନେକ ଟଙ୍କା ଖର୍ଚ୍ଚ ହେଲା । କିନ୍ତୁ ସେ ସବୁ କେବଳ ଲୋକଦେଖାଣିଆ ବୋଲି ଚର୍ଚ୍ଚା ହେଉଛି। କାରଣ ସୁଡଙ୍ଗ ଦେଇ ବିଦେଶୀ ପର୍ଯ୍ୟଟକମାନଙ୍କୁ ଭିତରକୁ ପ୍ରବେଶ କରାଯାଉଥିବା ଚର୍ଚ୍ଚା ଜୋର ଧରିଛି। ପୁରୀର ପାଞ୍ଚଶହ ବର୍ଷ ପୁରାତନ ଗଙ୍ଗାମାତା ମଠ ସୁଡଙ୍ଗ ଦେଇ ବିଦେଶୀମାନଙ୍କୁ ପ୍ରବେଶ କରାଯାଉଛି। ଏହି ସୁଡଙ୍ଗ ଏବେ ବିଦେଶୀମାନଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି। ଏହି ସୁଡ଼ଙ୍ଗ ପୁରୁଣା ରାଜବାଟୀ ଓ ରତ୍ନବେଦୀଙ୍କୁ ସଂଯୋଗ କରୁଥିବା କିଛି ଐତିହାସିକ ପୂର୍ବରୁ ମତ ଦେଇଥିଲେ ।ତେବେ ଏହି ସୁଡଙ୍ଗ ଦେଇ ବିଦେଶୀ ପର୍ଯ୍ୟଟକମାନେ ପ୍ରବେଶ କରୁଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କିଛି ବର୍ଷ ତଳେ ଏଏସଆଇ କର୍ତ୍ତୃପକ୍ଷ ଓ ଐତିହାସିକମାନେ ଏହି ସୁଡଙ୍ଗ ଅନୁଧ୍ୟାନ କରିଥିଲେ। ଏହି ସୁଡ଼ଙ୍ଗର କିଛି ବାଟ ପରେ ରାସ୍ତା ବନ୍ଦ ହୋଇଯାଇଛି।

Leave a comment

You cannot copy content of this page