ପୁରୀ ସଦର ବ୍ଲକର ବନ୍ୟା କ୍ଷୟକ୍ଷତି ସ୍ଥିତି ପରଖିଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଆଜି ସକାଳ ୮ଟା ସମୟରେ ପୁରୀ ସଦର ବ୍ଲକର କେରାଣ୍ଡିପୁର ପଞ୍ଚାୟତର ପୋଡାକେରା ଠାରୁ ଉତରଣା ମଠସାହି ମଉଜା ବନ୍ଦ ପରିଦର୍ଶନ କରିଥିଲେ ।

ଚଳିତ ବନ୍ୟାରେ ମଙ୍ଗୁଳା ନଦୀର ପାଣି ଦ୍ବାରା ସେହି ଅଞ୍ଚଳର ୨୦୦୦ ହେକ୍ଟର ଚାଷ ଜମି ସମ୍ପୁର୍ଣ୍ଣ ଭାବରେ ଜଳମଗ୍ନ ହୋଇଯାଇଥିଲା । ପୋଡାକେରା, ସବରସାହି, ମଠସାହି, ଗଉଡସାହି, ପ୍ରଧାନସାହି, ଉତ୍ତରଣା ବାଲିପାଟଣା, ଗୟିରାଗୋରୋଡା ଉକ୍ତ ଗ୍ରାମ ଗୁଡିକ ଜଳମଗ୍ନ ହୋଇ ଅତ୍ୟଧିକ କ୍ଷତି ସାଧନା ହୋଇଯାଇଛି । ଏହି ଅଞ୍ଚଳର ବାସିନ୍ଦା ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କୁ ଜଳ ନିଷ୍କାସନ ଓ ଏକ ନଦୀ ବନ୍ଧ ପାଇଁ ଦାବି ଜଣାଇଛନ୍ତି । ଶ୍ରୀ ଦାସବର୍ମା ଜଳ ନିଷ୍କାସନ ଓ ନଦୀ ବନ୍ଧ ନିର୍ମାଣ କରିବା ପାଇଁ ଅଞ୍ଚଳ ବାସିଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି ।

Leave a comment