ଆବର୍ଜନା ସଫା ପାଇଁ ସହରରେ ‘ୟୁଜର ଫି’ ଆଦାୟ କରିବ ପୁରୀ ମ୍ୟୁନିସିପାଲିଟି

0

ପୁରୀ ପୌରପାଳିକାର ୟୁଜର ଫି ଓ ବିଦ୍ୟୁତ ଶୋଷଣକୁ ତୀବ୍ର ବିରୋଧ କରିଛି ଜିଲ୍ଲା ବିଜେପି। ଗତ କିଛି ଦିନ ହେବ ସ୍ୱଚ୍ଛ ଭାରତ ମିଶନ ଅନୁଯାୟୀ ସାହି ମାନଙ୍କରୁ ଗାଡି ଯୋଗେ ଅଳିଆ ସଂଗ୍ରହ କରାଯାଉଛି। ହଠାତ ପୁରୀ ମ୍ୟୁନିସିପାଲିଟି ପ୍ରଶାସନ ତରଫରୁ ‘ୟୁଜର ଫି’ ଭାବରେ ପ୍ରତ୍ୟେକ ଘରୁ ୧୦୦ଟଙ୍କା ଲେଖାଏଁ ଆଦାୟ କରିବା ପାଇଁ ଘୋଷଣା କରିଛି। ସହରର ନାଗରିକ ମାନେ ମ୍ୟୁନିସିପାଲିଟିକୁ ଟିକସ ଦେଉଥିବା ବେଳେ ଏହି ୟୁଜର ଫି ଗ୍ରହଣ ଯୋଗ୍ୟ ନୁହେଁ। ଏହା ଦ୍ୱେତ କର ଆଦାୟ ଭଳି ପଦକ୍ଷେପ ବୋଲି ବିଜେପି ଅଭିଯୋଗ କରିଛି।

ସହରରେ ରାସ୍ତା, ନାଳ, ଆଲୋକ ଓ ସଫେଇର ଦାୟିତ୍ୱ ମ୍ୟୁନିସିପାଲିଟିର ହୋଇଥିବା ବେଳେ ଦୈତ କର ବ୍ୟବସ୍ଥା କଣ ପାଇଁ ଓ କାହା ସ୍ୱାର୍ଥରେ ବୋଲି ବିଜେପି ଟ୍ରଶ୍ନ କରିଛି। ଏହି ୟୁଜର ଫି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ଜନସାଧାରଣଙ୍କୁ ଆଶ୍ୱସ୍ତ କରିବା ପାଇଁ ଭାରତୀୟ ଜନତା ପାର୍ଟି ଦୃଢ ଦାବି କରିଛି। ଠିକ ସେହିଭଳି ସହରର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା, ବିଭିନ୍ନ ସମୟରେ ବିଭିନ୍ନ କମ୍ପାନୀକୁ ଦେଇ ସହରବାସୀଙ୍କୁ ଶୋଷଣ ଓ ନିର୍ଯ୍ୟାତନା ମୁଁହକୁ ଠେଲି ଦିଆ ଯାଉଥିବା ନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି।

Leave a comment