ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନାମରେ ହତ୍ୟା ପୋଷ୍ଟର, ହତ୍ୟାକାରୀକୁ ମିଳିବ ୧ ନିୟୁତ ଡଲାର!

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ହତ୍ୟାକଲେ ହତ୍ୟାକାରୀକୁ ୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର ରାଶି ମିଳିବ। ଏ ସଂକ୍ରାନ୍ତ ଏକାଧିକ ପୋଷ୍ଟର ମୋହାଲି ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଉକ୍ତ ପୋଷ୍ଟରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ମାନଚିତ୍ରକୁ ମଧ୍ୟ ସ୍ଥାନିତ କରାଯାଇଛି। ଗୁରୁବାର ଏହା ପୁଲିସ ଦୃଷ୍ଟିକୁ ଆସିବାପରେ ଶନିବାର ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ମୋହାଲି ଏସ୍ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦୁର୍ବୃତ୍ତଙ୍କୁ ଧରିବାକୁ ପୁଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି।