ପଞ୍ଜାବ ଆପ୍ ସରକାର: ୩୫ ହଜାର ଠିକା କର୍ମଚାରୀ ସ୍ଥାୟୀ କରିବ

0

ଚଣ୍ଡିଗଡ: ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ରାଜ୍ୟର ୩୫ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମାନ୍ ଘୋଷଣା କରିଛନ୍ତି।
ସ୍ଥାୟୀ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଗ୍ରୁପ୍ ସି’ ଓ ଡି’ ବର୍ଗର। ଏହା ସହିତ ଆଗାମୀ ଦିନରେ ଠିକା ଓ ଆଉଟସୋର୍ସିଂ ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୯ରେ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ କ୍ରମେ ୨୫ହଜାର ନୂଆ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରୁ ୧୦ହଜାର ପୁଲିସ ବିଭାଗରେ ଓ ୧୫ହଜାର ଅନ୍ୟ ବିଭାଗରେ ନିଯୁକ୍ତି ପାଇବେ।

Leave a comment