ଝିଅର ସରକାରୀ ଚାକିରି ପାଇଁ ଗାଁ ଲୋକ ମା, ବାପାଙ୍କୁ କଲେ ବାସନ୍ଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଝିଅ ସରକାରୀ ଚାକିରି ନଛାଡିବାରୁ ବାପା ମା’ ଙ୍କୁ ଗାଁ ଲୋକ କଲେ ବାସନ୍ଦ । ଏପରିକି ଗାଁ ଦାଣ୍ଡରେ ମଧ୍ୟ ଚାଲିବାକୁ ମିଳୁନି ଅନୁମତି । ଏପରି ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବଡ଼ଖଣ୍ଡିରେ ଗାଁ ଘଟିଛି ।
ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବଡ଼ଖଣ୍ଡିରେ ଗାଁ ର ଏକ ବୟସ୍କ ଦମ୍ପତିଙ୍କ ଝିଅ ଗଜପତି ଜିଲ୍ଲାରେ ସରକାରୀ ଚାକିରି କରୁଛନ୍ତି । ଗାଁ ଲୋକ ତାଙ୍କ ଝିଅକୁ ଚାକିରି ଛାଡିବାକୁ କହିଥିଲେ ମାତ୍ର ଏକଥାରେ ରାଜିନହେବାରୁ ଗାଁ ର କିଛି ଲୋକ ତାଙ୍କ ଉପରେ ୫୫୦୦ ଟଙ୍କାର ଜରିମାନା ଲଗାଇଥିଲେ । ଏହାସହ ଗାଁରେ ନିଆଁ ପାଣି ବାସନ୍ଦ କରାଯିବା ସହ ଗାଁ ଦୋକାନରୁ ସଉଦା ନେବାକୁ ମନା କରାଯାଇଛି । ସେମାନେ ଏନେଇ ଏକ ଭିଡ଼ିଓ କରି ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ପୁଲିସ ପାଖକୁ ପଠାଇଛନ୍ତି । ଏହି ବୃଦ୍ଧ ଦମ୍ପତି ଏବେ ନିଜ ଝିଅ ପାଖରେ ଆଶ୍ରୟ ନେଇଛନ୍ତି ।