ପୁଲୱାମା ଆଟାକର ମାଷ୍ଟରମାଇଣ୍ଡ ଏନକାଉଣ୍ଟରରେ ନିହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫେବୃୟାରୀ ୧୪ ତାରିଖରେ କଶ୍ମୀରର ପୁଲ୍‍ୱାମାଠାରେ ହୋଇଥିବା ଆତଙ୍କବାଦୀ ହାମଲାର ମାଷ୍ଟରମାଇଣ୍ଡ ଏନ୍‍କାଉଣ୍ଟରରେ ନିହତ ହୋଇଛି । ସାଉଥ କଶ୍ମୀରର ଟ୍ରାଏଲ ଏରିଆରେ ଜୈଶ-ଇ-ମହମ୍ମଦର ଆତଙ୍କବାଦୀ ମୁଦାଶିର ଅହମ୍ମଦ ଖାଁଙ୍କୁ ଏନ୍‍କାଉଣ୍ଟର କରାଯାଇଛି । ମୁଦାଶିର ସହ ଆଉ କେତେଜଣ ସେହି ଜାଗାରେ ଥିବା ସେନା ପାଖରେ ଖବର ପହଞ୍ଚିବା ପରେ ଏ ନେଇ ସର୍ଚ୍ଚ ଅପରେଶନ ଜାରି ରହିଥିଲା । ତେବେ ବିଳମ୍ବିତ ରାତିରେ ମୁଦାଶିର ଓ ତାର ଆଉ ଦୁଇ ସହଯୋଗୀ ସେନା ଗୁଳିରେ ନିହତ ହୋଇଥିବା ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି । ପୁଲ୍‍ୱାମା ଆଟାକ୍‍ରେ ମୁଦାଶିର ଇଲେକ୍‍ଟ୍ରିସିଆନ୍‍ ଭାବେ ସବୁ କାମ କରିଥିବା ସୋମବାର ସେନା ଅଧିକାରୀଙ୍କ ନିକଟରେ ଖବର ପହଞ୍ଚିଥିଲା ।

ତେବେ ଜମ୍ମୁ-କଶ୍ମୀରରେ ଏଭଳି ପରିସ୍ଥିତି ନେଇ ସେଠାରେ ବିଧାନସଭା ନିର୍ବାଚନ କରାଯିବ ନାହିଁ ବୋଲି ଜଣାପଡ଼ିଛି । ଏବେ ସେଠାରେ ରାଷ୍ଟ୍ରପତି ଶାସନ ଚାଲିଥିବା ବେଳେ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସେଠାରେ ବିଧାନସଭା ନିର୍ବାଚନ କରାଯିବ ନାହିଁ ବୋଲି ମିଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋରା ସୂଚନା ଦେଇଛନ୍ତି ।

Leave a comment