କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ ମଧ୍ୟସ୍ଥତାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ

ବିବୃତି ରଖିଲେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ସହ କଥା ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଅନୁରୋଧ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆମେରିକା ଗସ୍ତ କରିଥିବା ସମୟରେ ଟ୍ରମ୍ପ ଏମିତି ଏକ ମନ୍ତବ୍ୟ ରଖିଥିଲେ । ଯାହାକୁ ନେଇ ମଙ୍ଗଳବାର ରାଜ୍ୟ ସଭାରେ ବିରୋଧି ଶାସକ ଦଳଙ୍କୁ ଘେରିଥିଲେ । ଫଳରେ ରାଜ୍ୟ ସଭାକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା । ୧୨ଟା ପରେ ଗୃହ ଚାଲିବା ପରେ ଏ ନେଇ ସଂକ୍ଷିପ୍ତ ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ।

କଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ସମସ୍ୟା । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ମଧ୍ୟସ୍ଥତା ଲୋଡ଼ି ନାହାନ୍ତି । ଟ୍ରମ୍ପ୍‌ ମୋଦିଙ୍କୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍‌ । ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ବନ୍ଦ କଲେ ଭାରତ ସହିତ ଆଲୋଚନା ସମ୍ଭବ ବୋଲି ସବୁବେଳେ କେନ୍ଦ୍ର ସରକାର କହୁଥିବା ଜୟଶଙ୍କର ସୂଚନା ଦେଇଛନ୍ତି ।

Leave a comment