ଅଘୋଷିତ ବିଦ୍ୟୁତ କାଟ କୁ ବିରୋଧ, ସାଉଥକୋ ମାଗିଲା ୧୦୦ ଘଣ୍ଟା ର ସମୟ

ଓଡ଼ିଶା ଫାଷ୍ଟ(ଗଞ୍ଜାମ ସ୍ୱତନ୍ତ୍ର ପ୍ରତିନିଧି): ଵ୍ରହ୍ମପୁର ସହରରେ ଅଘୋଷିତ ବିଦ୍ୟୁତ କାଟ କୁ ବିରୋଧ କରି ଗଞ୍ଜାମ ଓକିଲ ସଂଘର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଓକିଲ ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ କୁ ଯାଇ ଘୋର ବିରୋଧ କରିଥିଲେ । ସାଉଥକୋ କାର୍ଯ୍ୟାଳୟରେ ବିଦ୍ୟୁତ କଟାକୁ ନେଇ ବିଭିନ୍ନ ନାରା ମଧ୍ୟ ଦେଇଥିଲେ । ସାଉଥକୋ ମୁଖ୍ୟ ପରିଚାଳକ ପି ଅରୁଣ କୁମାର ଓକିଲମାନଙ୍କୁ ୧୦୦ ଘଣ୍ଟା ର ସମୟ ମାଗିଲେ । ଏହି ଦାବି ମୁଁ ଉପରସ୍ତ ଅଧିକାରୀଙ୍କୁ ଜଣାଇବି ବୋଲି ପ୍ରତିଶୃତି ଦେବା ସହ ଘଟଣାକୁ ଗୁରୁତର ସହ ନେବେ ବୋଲି କହିଥିଲେ । ଉତ୍ପାଦନ କମ ଥିବା ଯୋଗୁଁ ଏହିପରି ଅସୁବିଧା ହେଉଥିବା ଅଧିକାରୀ ସଫେଇ ଦେଇଥିଲେ ।
ସୂଚନା ଅନୁଯାୟୀ, ସହରରେ ଦୀର୍ଘ ୨ ମାସ ହେଲା ଅଘୋଷିତ ବିଦ୍ୟୁତ କାଟ ଚାଲିଛି । ସକାଳ ୯ ରୁ ୧୦ ଏବଂ ରାତି ୬ ରୁ ୭ କଟାଯାଉଛି । ୧୦୦ ଘଣ୍ଟା ଭିତରେ ପ୍ରତିଶୃତି ପାଳନ ନ କଲେ ସାଉଥକୋ ଅଧିକାରୀଙ୍କୁ ଘେରାଉ କରାହେବ ବୋଲି ଓକିଲମାନେ କହିଥିଲେ ।