ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ସୁରଟ ଗସ୍ତକୁ ବିରୋଧ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଗୁଜରାଟର ସୁରଟ ଗସ୍ତ ବେଳେ ସ୍ଥାନୀୟ ଓଡ଼ିଆ ବିରୋଧ କରିଥିଲେ । ଟିଟ୍‌ଫଣ୍ଡ ପ୍ରସଙ୍ଗରେ ଓଡିଶା ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ସେଠାକାର ଓଡ଼ିଆମାନେ ଅର୍ଥମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ । ମନ୍ତ୍ରୀଙ୍କ ଗସ୍ତର ଆଗୁଆ ସୂଚନା ପାଇଁ ସେମାନେ ଓଡ଼ିଶା ସରକାର ବିରୋଧୀ ପ୍ଲାକାର୍ଡ ଧରି ସ୍ଲୋଗାନ ବାଜି କରିଥିଲେ । ଖବରପାଇ ସ୍ଥାନୀୟ ପୋଲିସ୍‌ ବିକ୍ଷୋଭକାରୀଙ୍କୁ ଘଉଡାଇ ଦେଇଥିଲା ।

ପ୍ରକାଶ ଯେ, ଅର୍ଥମନ୍ତ୍ରୀ ୨ ଦିନିଆ ସୁରଟ ଗସ୍ତରେ ଯାଇ ଫେଡେରେଶନ୍‌ ଅଫ୍‌ ଗୁଜରାଟ୍‌ ୱିଭର୍ସ ଆସୋସିଏଶନ୍‌(ଏଫ୍‌ଜିଡବ୍ଲ୍ୟୁଏ)ର ସଭାପତି ଅଶୋକ ଜିରାୱାଲା ଓ ପାଣ୍ଡେସରା ବୁଣାକାର ସମବାୟ ସମିତିର ସଭାପତି ଆଶିଷ ଗୁଜରାଟୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ସୁରଟରେ ବୟନ ଶିଳ୍ପ, ହୀରା, ଆକ୍ୱାକଲଚର ଏବଂ ବ୍ୟବସାୟ ବାଣିଜ୍ୟରେ ଓଡ଼ିଶାର ୨ ଲକ୍ଷ ଶ୍ରମିକଙ୍କ ନିଯୁକ୍ତି ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ସେହିସବୁ ଅଞ୍ଚଳରେ ଓଡ଼ିଆ ଶ୍ରମିକଙ୍କ ପଞ୍ଜୀକରଣ ଏବଂ ସେମାନଙ୍କୁ ଆନୁଷଙ୍ଗିକ ସୁବିଧା ସୁଯୋଗ ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସୁରଟ -ବ୍ରହ୍ମପୁର ଓ ସୁରଟ-ଭୁବନେଶ୍ୱରକୁ ଅଧିକ ଟ୍ରେନ୍‌ ଚଳାଚଳ ସହ ଭୁବନେଶ୍ୱର-ସୁରଟ ବିମାନସେବା ଯୋଗାଇଦେବା ଉପରେ ମନ୍ତ୍ରୀ ବେହେରା ଗୁରୁତ୍ୱ ଦେଇଥିବା ସୁଚନା ମିଳିଛି ।

Leave a comment