ଖଣି ମାଲିକଙ୍କ ସଂପତ୍ତି ଜବତ ପାଇଁ ଓ୍ୱାରେଣ୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇ ଖଣି ମାଲିକଙ୍କ ସଂପତ୍ତି ଜବତ ପାଇଁ ଓ୍ୱାରେଣ୍ଟ ଜାରି । ବେଆଇନ୍ ଖଣି ଖନନକୁ ଭିତ୍ତିକରି କେନ୍ଦୁଝର ଜିଲ୍ଲାପାଳ ଏହି ଓ୍ୱାରେଣ୍ଟ ଜାରି କରିଛନ୍ତି । ଏକ ମାସ ମଧ୍ୟରେ ଏମ୍.ଆର୍ ଦାଶ ଓ ଅର୍ଜୁନ ଲୋଧାଙ୍କ ସଂପତ୍ତି ଜବତ କରିବା ପାଇଁ ତହସିଲଦାର ଓ ପୁଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ସୂଚନା ଅନୁଯାୟୀ, ୭ଜଣ ଖଣି ମାଲିକଙ୍କୁ ପ୍ରଶାସନ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ମିନେରାଲ ଟ୍ରେଡିଂ ସିଣ୍ଡିକେଟ ୧ଲକ୍ଷ ଟଙ୍କା ଜୋରିମାନା ଭାବେ ଜମା କରିଥିବାବେଳେ ବିଡି ପଟ୍ଟନାୟକ ଖଣି କମ୍ପାନୀ ୨କୋଟି ୨୦ଲକ୍ଷ ଟଙ୍କା ଜମା କରିଛନ୍ତି । ତାଙ୍କର ବାକିଥିବା ଟଙ୍କା ୧୫ ଦିନ ମଧ୍ୟରେ ଜମା କରିବାକୁ କହିଛନ୍ତି । ବାକି ଥିବା କମ୍ପାନୀ ମାନଙ୍କୁ ୭ ଦିନ ସମୟ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।