ପ୍ରମୋଦଙ୍କୁ ଟୋକିଓ ଟିକେଟ

0

ଭୁବନେଶ୍ୱର(ଓଡ଼ିଶାଫାଷ୍ଟ ବ୍ୟୁରୋ): ଓଡିଆ ପୁଅ ତଥା ବିଶ୍ୱ ମାନ୍ୟତାର ୧ ନମ୍ବର ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମିଳିଛି ଟୋକିଓ ଟିକେଟ । ଆଗାମୀ ଟୋକିଓ ପାରାଅଲିମ୍ପିକ୍ସ ଲାଗି ଅନ୍ୟ ଦୁଇ ଜଣଙ୍କ ସହିତ ପ୍ରମୋଦ ବିଧିବଦ୍ଧଭାବେ ଯୋଗ୍ୟତା ହାସଲ କରିଛନ୍ତି । ବିଶ୍ୱ ବ୍ୟାଡ୍‌ମିଣ୍ଟନ ସଂଘ ବିଡବ୍ଲ୍ୟୁଏଫ୍‌ ପକ୍ଷରୁ ଏନେଇ ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘ ଏବଂ ଭାରତୀୟ ପାରାଲିମ୍ପିକ୍‌ କମିଟିକୁ ସୂଚନା ଦିଆଯାଇଛି । ପୁରୁଷ ଏକକ ବର୍ଗରେ ପ୍ରମୋଦ ଏସ୍‌ଏଲ୍‌-୩ଙ୍କ ସହିତ ତରୁଣ ଅରୁଣ ଏସ୍‌ଏଲ୍‌-୪ ଓ କ୍ରିଷ୍ଣା ନାଗର ଏସ୍‌ଏଚ୍‌-୬)ଙ୍କୁ ଆମନ୍ତ୍ରଣ କରାଯାଇଥିବା ବିଡବ୍ଲ୍ୟୁଏଫ୍‌ କହିଛି । ଖବର ଆସିବା ପରେ ଓଡିଶା ସହ ଭାରତୀୟ କ୍ରୀଡା ମହଲରେ ଖୁସିର ଲହରି ଖେଳିଯାଇଛି । ଅନ୍ୟପକ୍ଷରେ ପ୍ରମୋଦ ଟୋକିଓ ଅଲିମ୍ପିକ୍ସ ଟିକେଟ ହାସଲ କରିବାରେ ରାଜ୍ୟର ପ୍ରଥମ କ୍ରୀଡାବିତ୍‌ ହୋଇଛନ୍ତି ।

Leave a comment