ସୋଆ ପ୍ରଫେସରଙ୍କ ଅକାଳ ବିୟୋଗ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ମାନସ ରଞ୍ଜନ ଦାସଙ୍କ ଅକାଳ ବିୟୋଗ ଘଟିଛି । ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ସିଭିଲ୍ ଇିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦାସଙ୍କ ସୋମବାର ସକାଳେ ହୃଦ୍ଘାତ ଯୋଗୁଁ ମୃତ୍ୟୁ ଘଟିଛି । ଗତ ସପ୍ତାହରେ ତାଙ୍କର ଏକ କାର୍ଡିଆକ୍ ସର୍ଜରୀ କରାଯିବା ସହ ଭଲ୍ଭ ପରିବର୍ତ୍ତନ କରାଯାଇ ନୂତନ ଭଲ୍ଭ ପ୍ରତ୍ୟାରୋପଣ କରାଯଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କ୍ରମାନ୍ୱୟେ ବିଗିଡ଼ିବାରେ ଲାଗିଥିଲା ଓ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ତେବେ ସୋମବାର ସକାଳେ ତାଙ୍କର ପରଲୋକ ହୋଇଛି । ସୋଆର ପ୍ରତିଷ୍ଠାତା ସଭାପତି ଡକ୍ଟର ମନୋଜରଞ୍ଜନ ନାୟକ, ଉପସଭାପତି ଶାଶ୍ୱତୀ ଦାସ, ସୋଆର ଫାଉ୍ଣ୍ଡିଙ୍ଗ ମେମ୍ବର ସୁମନ୍ ଶାଶ୍ୱତ ନାୟକ ଓ କୁମାରୀ ଉପାସନା ନାୟକ ହସ୍ପିଟାଲ୍ ଯାଇ ପ୍ରଫେସର ଦାସଙ୍କ ଶେଷ ଦର୍ଶନ କରିଥିଲେ । ସେହିପରି ପୁଲିସ୍ କମିଶନର ତଥା ପ୍ରଫେସର ଦାସଙ୍କର ବନ୍ଧୁ ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ହସ୍ପିଟାଲ୍ରେ ତାଙ୍କର ଶେଷ ଦର୍ଶନ କରିଥିଲେ ।

ସୋଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଏକ ଶୋକସଭାର ଆୟୋଜନ କରାଯାଇଥିବା ବେଳେ ଚାନ୍ସେଲର ପ୍ରଫେସର ଡି. ପି. ରାୟ, କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ପୂର୍ବତନ କୁଳପତି ପ୍ରଫେସର ଆର୍.ପି. ମହାନ୍ତି, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ରେଜିଷ୍ଟ୍ରାର ପ୍ର୍ରଫେସର ବିଭୁତି ଭୂଷଣ ପ୍ରଧାନ, କଣ୍ଟ୍ରୋଲ୍ର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ପ୍ରମୁଖ ଉପସ୍ଥିତ ରହି ଶୋକ ପ୍ରକାଶ କରିଥିଲେ । ସେହିପରି ପ୍ରଫେସର ଦାସଙ୍କ ପାର୍ôଥବ ଶରୀରକୁ ଆଇଟିଇଆର୍ କ୍ୟାମ୍ପସକୁ ମଧ୍ୟ ନିଆଯାଇଥିଲା । ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୁମା ରିୟଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ସିଇଓ ସୁନୀଲ ଦାସ, ଆଇଆଇଟି ଭୁବନେଶ୍ୱରର ଏମିରିଟସ୍ ପ୍ରଫେସର ୟୁ. ସି. ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସୋଆର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଭିଜିଟିଙ୍ଗ୍ ପ୍ରଫେସର ପ୍ରଫେସର ନିହାର ରଞ୍ଜନ ଦାସ, ସାନ ଭାଇ ତଥା ସୋଆ ଡେପୁଟି କଣ୍ଟ୍ରୋଲ୍ର ଡକ୍ଟର ସତ୍ୟରଞ୍ଜନ ଦାସ ଓ ଆଡିସ୍ନାଲ୍ ଡିନ୍ (ରିସର୍ଚ୍ଚ) ଡକ୍ଟର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Leave a comment