ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଇଭିଏମ୍ ରେ ତୃଟି ଯୋଗୁ ମତଦାନ ବିଳମ୍ବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ତେବେ ଇଭିଏମରେ ତୃଟି ଯୋଗୁ ବିଭିନ୍ନ ସ୍ଥାନରେ ଭୋଟ ଦାନ ବିଳମ୍ବ ହୋଇଛି । କଟକ, କେନ୍ଦୁଝର ଓ ସୁନ୍ଦରଗଡ଼ ର କେତେକ ବୁଥରେ ଇଭିଏମ ରେ ତୃଟି ଥିବାରୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇଥିବା ଦେଖାଯାଇଛି । ଏଥିପାଇଁ କେତେକ ବୁଥରେ ଭୋଟରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସମ୍ବଲପୁରର ଭବାନିପଲ୍ଲୀ, ଝଙ୍କରପଲ୍ଲୀ, କେନ୍ଦୁଝର ଟାଉନର ବଡହାଲ, ରେଙ୍ଗାଲି, ନୟାଗଡ଼, କଟକ ସଦର, ଓଡ଼ଗାଁ ଓ ପୁରୀ ଟାଉନର ବିଭିନ୍ନ ବୁଥରେ ଇଭିଏମ୍ କାମ ନ କରିବା ଯୋଗୁ ମତଦାନ ବିଳମ୍ବ ହୋଇଛି ।

Leave a comment