ଟୁଇଟର ଆକାଉଣ୍ଟରେ ପ୍ରିୟଙ୍କା, ପଛରେ ପକାଇଲେ ଅନେକ ଲୋକପ୍ରିୟ ନେତାଙ୍କୁ

0



ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଙ୍କ ପ୍ରତିଛବି କୁହାଯାଉଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଗତକାଲି ଅଫିସିଆଲ ଟୁଇଟର ଆକାଉଣ୍ଟ ଖୋଲା ଯାଇଥିଲା । ଏହି ଆକାଉଣ୍ଟ ରେ ପ୍ରିୟଙ୍କା କିଛି ପୋଷ୍ଟ କରିନଥିଲେ । ଏହି ଆକାଉଣ୍ଟ କେବଳ ସାତ ଜଣଙ୍କ ସହ ଯୋଡ଼ା ଯାଇଥିଲା । ସେମାନେ ହେଲେ ପ୍ରିୟଙ୍କାଙ୍କ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶୋକ ଘେଲୋଟ, ସଚିନ ପାଇଲଟ, ରଂଦୀପ ସିଂ, ଅହମଦ ପଟେଲ ଏବଂ କଂଗ୍ରେସ ଅଫିସିଆଲ ଆକାଉଣ୍ଟ । ପ୍ରିୟଙ୍କା ଏଥିରେ ନିଜ ସ୍ୱାମୀ ରୋବର୍ଟ ଭଦ୍ରାଙ୍କୁ ସମିଲ୍ କରିନଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କିଛି ଘଣ୍ଟା ମଧ୍ୟରେ ପ୍ରିୟଙ୍କାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ବହୁ ବଡ ବଡ ନେତାଙ୍କୁ ପଛରେ ପକାଇ ଥିଲା । ଏଥିରେ ୧ ଲକ୍ଷରୁ ଉର୍ଦ୍ଧ ଫଲୋୱର ଯୋଡି ହୋଇସାରିଥିଲେ । ଯାହାକି ପ୍ରିୟଙ୍କାଙ୍କ ଲୋକପ୍ରିୟତାକୁ ଦର୍ଶାଉଥିଲା ।


ସେହିପରି ଗତକାଲି ପ୍ରଥମ ଥରପାଇଁ ପ୍ରିୟଙ୍କା ଉତ୍ତର ପ୍ରଦେଶରେ ରାଲିରେ ବାହାରିଥିଲେ । ଏହି ରାଲିରେ ଲୋକଙ୍କ ସୁଅ ଦେଖି ଉତ୍ତର ପ୍ରଦେଶ ସରକାରଙ୍କ ନିଦ ହଜିଯାଇଥିଲା । କାହିଁକି ନା ପ୍ରିୟଙ୍କା ଗାନ୍ଧୀଙ୍କୁ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇ ଉତ୍ତରପ୍ରଦେଶ ପୂର୍ବର ପ୍ରଭାରୀ ନିଯୁକ୍ତ କରାଯାଇଛି । ଲୋକସଭାର ୪୨ଟି ଆସନ ଉପରେ ଏବେ ପ୍ରିୟଙ୍କାଙ୍କ ନଜର । ଆସନ୍ତା ଫେବୃଆରୀ ୧୮ତାରିଖରୁ ପ୍ରିୟଙ୍କା ୟୁପିର ପୂର୍ବଭାଗରୁ ନିଜ ଅଭିଯାନ ଆରମ୍ଭ କରିବେ। ପୁରା ଏକମାସ ପୂର୍ବ ଉତ୍ତରପ୍ରଦେଶରେ ପ୍ରିୟଙ୍କା ରହିବାର ଯୋଜନା ପ୍ରସ୍ତୁତ ହୋଇଛି । ପ୍ରିୟଙ୍କା ପ୍ରତ୍ୟେକ ଦିନ ଗୋଟିଏ ଲୋକସଭା କ୍ଷେତ୍ରରେ କର୍ମକର୍ତ୍ତାମାନଙ୍କୁ ଭେଟି ଆଲୋଚନା କରିବା ସହ ସେଠାରେ ସଭା ମଧ୍ୟ କରିବେ । ସେ ତୃଣମୂଳ ସ୍ତରରୁ କାର୍ଯ୍ୟ କରି କଂଗ୍ରେସକୁ ଆଗକୁ ନେବାକୁ ଚେଷ୍ଟା କରିବେ । ପ୍ରିୟଙ୍କାଙ୍କ କ୍ଷେତ୍ର ମଧ୍ୟରେ ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟ ନାଥ ଯୋଗୀଙ୍କ ବିଧାନସଭା କ୍ଷେତ୍ର ଗୋରଖପୁର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିତିଥିବା ବାରଣାସୀ ଆସନ ମଧ୍ୟ ଆସୁଛି । ଏହିସ୍ଥାନ ଗୁଡିକରେ ଧୀରେ ଧୀରେ ପ୍ରିୟଙ୍କାଙ୍କ ଯାଦୁ ଦେଖିବାକୁ ମିଲିଲାଣି । ତେଣୁ କଂଗ୍ରେସ ଏଥର ନିର୍ବାଚନରେ ନିଜର ସମସ୍ତ କାର୍ଡ ବ୍ୟବହାର କରିବାକୁ ଫୁଲ ଦମରେ ଲାଗିପଡିଛି । ଯାହାକି କଂଗ୍ରେସ କର୍ମୀଙ୍କ ଉତ୍ସାହରୁ ସ୍ପଷ୍ଟ ଭାବରେ ବାରିହୋଇପଡୁଛି ।

ସାଧାରଣ ନିର୍ବାଚନକୁ ଆଉ ବାକି ରହିଲା କିଛି ହାତ ଗଣତି ଦିନ । ତେଣୁ ନିଜ ନିଜ ସ୍ଥିତକୁ ମଜବୁତ କରିବାକୁ ଦୁଇ ଜାତୀୟ ଦଳ ମଧ୍ୟରେ ଚାଲିଛି ଶକ୍ତିପ୍ରଦର୍ଶନ । ୨୦୧୪ ନିର୍ବାଚନରେ ସମଗ୍ର ଦେଶରେ ମୋଦି ଲେହର ଥିବାବେଳେ ନିକଟ ଅତୀତରେ ହୋଇଥିବା ନିର୍ବାଚନରେ ତିନୋଟି ହିନ୍ଦୀ ରାଜ୍ୟରେ କଂଗ୍ରେସର ପ୍ରତ୍ୟାବର୍ତ୍ତନ ଏହା ସୁଚାଇଦେଇଛି କି ପୂର୍ଵ ନିର୍ବାଚନ ପରି ଆଉ ମୋଦି ଲେହର ନାହିଁ । ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଇଛି । ରାହୁଲ ଗାନ୍ଧୀ କଂଗ୍ରେସ ର ଅଧ୍ୟକ୍ଷ ପଦର ଦାୟିତ୍ୱ ଗ୍ରହଣ କରିବା ପରେ କଂଗ୍ରେସ କର୍ମୀ ଓ ନେତାଙ୍କ ମନୋବଳରେ ଢେର ଉର୍ଣ୍ଣତ୍ତି ଘଟିଛି ତାହାର ପ୍ରମାଣ ଦେଖିବାକୁ ମିଳିଥିଲା ବିଜେପି ସରକାର ଥିବା ତିନୋଟି ରାଜ୍ୟରେ ଗଠିତ ହୋଇଥିବା କଂଗ୍ରେସ ସରକାର । ରାହୁଲ ଗାନ୍ଧୀ ବିଧିବଦ୍ଧ ଭାବେ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବାପରେ କଂଗ୍ରେସ ନେତା ଓ କର୍ମୀଙ୍କ ମନୋବଳରେ ଢେର ପରିବର୍ତ୍ତନ ଆସିଛି । ସେହିପରି କଂଗ୍ରେସ ପ୍ରିୟଙ୍କାଙ୍କୁ ରାଜନୀତିରେ ପ୍ରବେଶ କରାଇ ନିଜ ମାଷ୍ଟର କାର୍ଡ ଖେଳିଛି । ଆଉ ଏହି କାର୍ଡ କେବଳ ୟୁପି କାହିଁକି ସମଗ୍ର ଭାରତରେ କଂଗ୍ରେସ କୁ ଆଗକୁ ନେବ ଏଥିରେ ସନ୍ଦେହ ନାହିଁ । ଯାହାକି ବିଜେପି ଶିବିରରେ ନେତା ଓ କର୍ମୀଙ୍କ ନିଦ ହାଯାଇବା ସହ ନିଜ ନିର୍ବାଚନ ରଣନୀତିକୁ ତ୍ୱରାନ୍ୱିତ କରିବାକୁ ବାଧ୍ୟକରିବ ବୋଲି ଚର୍ଚ୍ଚା ଜୋର ଧରିଛି ।

Leave a comment