ବିକିନି ହେଉ କି ଓଢଣୀ କିମ୍ବା ଜିନ୍ସ ହେଉ ଅବା ହିଜାବ୍ ପିନ୍ଧିବା ମହିଳାଙ୍କ ଅଧିକାର: ପ୍ରିୟଙ୍କା ଗାନ୍ଧୀ

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): କର୍ଣ୍ଣାଟକର କେତେକ କଲେଜରେ ହିଜାବକୁ ନେଇ ଏକ ପ୍ରଦର୍ଶନ ଆରମ୍ଭ ହୋଇଥିଲା, ଯେଉଁଥିପାଇଁ ଏକ ବଡ ବିବାଦ ଉପୁଜିଥିଲା । ଅନେକ ସ୍ଥାନରେ ପଥର ଫିଙ୍ଗିବା ଘଟଣା ମଧ୍ୟ ଖବର ପ୍ରକାଶ ପାଇଥିଲା ।

ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ୍ କରିଛନ୍ତି ‘ବିକିନି ହେଉ କି ଓଢଣୀ କିମ୍ବା ଜିନ୍ସ ହେଉ ଅବା ହିଜାବ୍ ପିନ୍ଧନ୍ତୁ ଏହା ମହିଳାଙ୍କ ଅଧିକାର । ଆମ ଦେଶର ସମ୍ବିଧାନ ଏହି ଗ୍ୟାରେଣ୍ଟି ଦେଇଛି । ମହିଳାମାନଙ୍କୁ ହଇରାଣ କରିବା ବନ୍ଦ କରନ୍ତୁ ।’ ଆହୁରି ମଧ୍ୟ ପ୍ରିୟଙ୍କା ଗାନ୍ଧୀ ହ୍ୟାସ୍ ଟ୍ୟାଗ୍ ‘ଲଡକି ହୁଁ, ଲଢ ସକ୍ତି ହୁଁ’ ଲେଖିଛନ୍ତି ।

ସୂଚନା ଅନୁଯାୟୀ, କର୍ଣ୍ଣାଟକର ଉଡ୍ଡୁପିରେ ଛାତ୍ରୀମାନେ କଲେଜରେ ହିଜାବ ପିନ୍ଧିଥିବା ନେଇ କ୍ଲାସରେ ବାରଣ ହେବା ପରେ ମାମଲା କୋର୍ଟରେ ପହଞ୍ଚିଛି । ଗୋଟିଏ ପଟେ କିଛି ଛାତ୍ରୀ ହିଜାବ ପିନ୍ଧିଥିବାରୁ କଲେଜ ପ୍ରଶାସନ ବିରୋଧରେ ବିରୋଧ କରୁଛନ୍ତି, ଅନ୍ୟ ପଟେ କିଛି ଛାତ୍ର ଗେରୁଆ ଗାମୁଛା ପିନ୍ଧି ଜୟ ଶ୍ରୀ ରାମ ନାରା ଦେଇ ହିଜାବକୁ ବିରୋଧ କରୁଛନ୍ତି ।

ଅପରପକ୍ଷରେ ମୁସଲିମ ଛାତ୍ରୀମାନେ ଦାବି କରୁଛନ୍ତି ଯେ ସେମାନଙ୍କୁ ଶ୍ରେଣୀ ଭିତରେ ହିଜାବ ପିନ୍ଧିବାକୁ ଦିଆଯାଉ । ଛାତ୍ରୀମାନେ କହିଛନ୍ତି ଯେ ଏହା କେବଳ କପଡା ଖଣ୍ଡ ନୁହେଁ । ପିଲାଦିନରୁ ଆମେ ଏହାକୁ ପିନ୍ଧି ଆସୁଛୁ । ଏଥି ସହିତ ଛାତ୍ରୀମାନଙ୍କ ଏହି ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରୁଛି ।

Leave a comment