ସରକାରୀ ଆଦେଶକୁ ଅବମାନନା କରୁଛି ଘରୋଇ ଇଂଜିନିୟରିଂ କଲେଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛି ନିର୍ଦ୍ଦିଷ୍ଟ ଘରୋଇ ଇଂଜିନିୟରିଂ କଲେଜ ପରୀକ୍ଷା ଆଳରେ କର୍ମଚାରୀଙ୍କୁ ଏକତ୍ରିତ କରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ କର୍ମଚାରୀଙ୍କୁ ଅଫିସ ଆସିବାକୁ ଓ ଉପସ୍ଥାପନ ଦେବାପାଇଁ ବାଧ୍ୟ କରାଯାଉଥିବା ବିଶେଷ ସୂତ୍ରରୁ ସୂଚନା ମିଳୁଛି । ଯାହାକି ସମ୍ପୂର୍ଣ୍ଣ ରୂପେ ବେଆଇନ । ଏହା ସରକାରଙ୍କ ଆଦେଶକୁ ଅବମାନନା କରାଯାଉଛି ।

ସୂଚନା ଅନୁଯାୟୀ, ପିତାପଲି ଓ ଗଙ୍ଗପଡା ଠାରେ ଥିବା ଇଂଜିନିୟରିଂ କଲେଜ ଉଚ୍ଚଶିକ୍ଷା ଏବଂ ସରକାରଙ୍କର କରୋନା ଆଇନକୁ ବେଖାତିର କରି କଲେଜ ଖୋଲା ରଖିବା ସହ ତାଙ୍କ କର୍ମଚାରୀ ମାନଙ୍କୁ ଅଫିସ ଆସିବାକୁ ବାଧ୍ୟ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି ।

Leave a comment