କଏଦୀ ନଂ ୨୪୧୩୮୩, ନୂଆ ଠିକଣାରେ ସିଦ୍ଧୁ
ଚଣ୍ଡୀଗଡ଼ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସିଦ୍ଧୁଙ୍କୁ ଏକ ବର୍ଷ ଜେଲଦଣ୍ଡ ମିଳିଛି । ନବଜ୍ୟୋତ ସିଂହ ସିଦ୍ଧୁ ଶୁକ୍ରବାର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ମାତ୍ର ସିଦ୍ଧୁଙ୍କ ଓକିଲ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ ଯେ, ସିଦ୍ଧୁଙ୍କୁ ଆତ୍ମସମର୍ପଣ କରିବାକୁ ଅତିକମ୍ରେ ଏକ ସପ୍ତାହ ମିଳୁ । କିନ୍ତୁ କୋର୍ଟ ଏହି ମାମଲାରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଥିଲେ । ଏହା ପରେ ସିଦ୍ଧୁଙ୍କୁ ଜେଲ ଯିବାକୁ ପଡ଼ିଛି । ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ପଟିଆଲ ଜେଲ୍ରେ କଏଦୀ ନମ୍ବର ୨୪୧୩୮୩ ନମ୍ବର ମିଳିଛି ।
ଏହା ବ୍ୟତୀତ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ପଟିଆଲା ଜେଲରେ ଏକ ଚୌକି, ଟେବୁଲ, ୨ ପଗଡ଼ି, ଗୋଟିଏ ଆଲମିରା, ଗୋଟିଏ କମ୍ବଲ, ଗୋଟିଏ ଶୋଇବା ଖଟ ଓ ବାନିୟନ୍ ମିଳିଛି । ସେହିପରି ୨ଟି ଟାୱେଲ, ଗୋଟିଏ ମଶାରୀ, ହଳେ ଯୋତା, ୨ଟି ବେଡଶିଟ୍, ୪ଟି କୁର୍ତ୍ତା ଆଦି ମିଳିଛି । ସୂଚନାଯୋଗ୍ୟ ନବଜ୍ୟୋ ସିଂହ ସିଦ୍ଧୁଙ୍କୁ ଭିଆଇପି ଷ୍ଟାଟସ ହାସଲ ହୋଇଥିଲା । ତାଙ୍କୁ କଡ଼ା ସୁରକ୍ଷା ମଧ୍ୟ ମିଳିଥିଲା । ସେ ବିଳାସମୟ ଜୀବନ ବିତାଉଥିଲେ । କିନ୍ତୁ ତାଙ୍କୁ ସୁପ୍ରିମକୋର୍ଟ ଦ୍ୱାରା ଜେଲଦଣ୍ଡ ମିଳିଛି ।