ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ସରକାର ଗଠନ କରିବା ପୂର୍ବରୁ ଆଜି ଧାନମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ଏହାପରେ ଆସନ୍ତା ୮ ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ସେ ଶପଥ ନେଇପାରନ୍ତି ।

ଦେଶର ଲୋକସଭା ନିର୍ବାଚନର ଫଳାଫଳ ଆସି ସାରିଛି। ଓଡ଼ିଶାରେ ବହୁମତ ପାଇଛି ବିଜେପି । ନିର୍ବାଚନ ଫଳାଫଳରେ ଏନଡିଏ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏଥି ସହିତ ଇଣ୍ଡିଆ ଆଲାଇନ୍ସ ମଧ୍ୟ ୨୦୦ ରୁ ଅଧିକ ସିଟ୍ ହାତେଇଛି। ବର୍ତ୍ତମାନ ଏକ ନୂତନ ସରକାର ଗଠନ ପାଇଁ ଉଦ୍ୟମ ଜୋରଦାର ଚାଲିଛି। ତେବେ ଏହା ପୂର୍ବରୁ କ୍ୟାବିନେଟ୍ ବୈଠକରେ ୧୭ତମ ଲୋକସଭା ଭଙ୍ଗ ପାଇଁ ସୁପାରିଶ କରାଯାଇଛି।

Leave a comment