ଦଳ ପାଇଁ ନୁହେଁ, ଦେଶ ପାଇଁ କାମ କରିବାକୁ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

0

ଦଳ ପାଇଁ ନୁହେଁ, ଦେଶ ପାଇଁ କାମ କରିବାକୁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂସଦର ଅଧିବେସନ ଆରମ୍ଭ ପୂର୍ବରୁ ମୋଦୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଖି କହିଛନ୍ତି, ପୂର୍ବ ଶତ୍ରୁତାକୁ ଭୁଲି ୫ ବର୍ଷଦେଶ ପାଇଁ ଏକାଠୀ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ଭାରତ ଏବେ ୮ ପ୍ରତିଶତ ଅଭିବୃଦ୍ଧି ସହ ଦେଶ ଆଗକୁ ବଢୁଛି।

୬୦ ବର୍ଷ ପରେ ବି ଏକ ସରକାର ଲଗାତାର ତୃତୀୟ ଥର ପାଇଁ ଗର୍ବର ବିଷୟ। ଏହି ବଜେଟ୍ ଅମୃତକାଳ ପାଇଁ ଗୁରୁତ୍ବପୂର୍ଣ୍ଣ। ଦେଶବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ ବୋଲି କହିଛନ୍ତି ମୋଦୀ। ଏହି ବଜେଟ୍ ବିକଶିତ ଭାରତର ଦୃଢ ମୂଳଦୂଆ ପକାଇବାରେ ଗୁରୁତ୍ବ ବହନ କରିବ।

ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୬ ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତାକାଲି ଦେଶର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ତାପୂର୍ବରୁ ଆଜି ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପିତ ହେବ।

ଏହି ଅଧିବେଶନରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ସମେତ ଫାଇନାନ୍ସ ବିଲ, ଡିଜାଷ୍ଟର ମ୍ୟାନେଜମେଣ୍ଟ ବିଲ, ଦି କଫି ପ୍ରମୋସନ ଆଣ୍ଡ ଡେଭଲପମେଣ୍ଟ ବିଲ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ବିଲକୁ ପାରିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଗତକାଲି ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଜେପି ସମେତ ୪୪ଟି ରାଜନୈତିକ ଦଳର ୫୫ ଜଣ ନେତା ସାମଲି ହୋଇଥିଲେ । ବୈଠକରେ ୟୁପିରେ କାଉଡି ଯାତ୍ରା, ନାମଫଳକ ବିବାଦ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠିଛି । କଂଗ୍ରେସ ଲୋକସଭାର ଉପ ବାଚସ୍ପତି ପଦ ସହ ନିଟ୍ ପରୀକ୍ଷା ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ଦାବି କରିଛି । ବିଜେଡି ମଧ୍ୟ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଛି।

Leave a comment