ଜୁନ୍ ୧ରୁ ଛେନା ଓ ପନିର ଦାମ୍ ବୃଦ୍ଧି

0

ଭୁବେନଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁନ୍ ୧ରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିର ଦାମ୍ ବୃଦ୍ଧି ପାଇବ। ଛେନା କିଲୋ ପିଛା ୧୮୦ ଟଙ୍କା ଏବଂ ପନିର୍ କିଲୋ ପିଛା ୨୫୦ ଟଙ୍କାରେ ବିକ୍ରି ହେବ। ଏନେଇ ଭୁବନେଶ୍ୱର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ପକ୍ଷରୁ କୁହାଯାଇଛି। ସଙ୍ଘ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଯେ, ଓମଫେଡ ପକ୍ଷରୁ ଗତ ଏପ୍ରିଲ ୨୧ରେ କ୍ଷୀର ଲିଟର ପିଛା ୨ଟଙ୍କା ବଢିବା ପରେ ସଙ୍ଘର ସଦସ୍ୟଙ୍କ ଉପରେ କ୍ଷୀର ସଂଗ୍ରହରେ ଆର୍ଥିକ ଚାପ ସୃଷ୍ଟି ହୋଇଛି। ଯାହାକୁ ବର୍ତ୍ତମାନ ପ୍ରତି କିଲୋ ଛେନା ଉପରେ ୧୨ ଟଙ୍କା କ୍ଷତି ସହିବାକୁ ପଡୁଛି।

କେବଳ ସେତିକି ନୁହେଁ ଡିଜେଲ ଓ ପେଟ୍ରୋଲ ଦାମ୍ ବଢିଥିବାରୁ ଗ୍ରାମାଞ୍ଚଳରୁ ଛେନା ଆଣି ରାଜଧାନୀରେ ଯୋଗାଇବା ଦ୍ୱାରା ଅଧିକ ଆର୍ଥିକ ବୋଝ ସହିବାକୁ ପଡୁଛି। ତେଣୁ ଜୁନ୍ ୧ରୁ ଛେନା ଓ ପନିର ଦର ବଢିବାକୁ ନିଷ୍ପତ୍ତି ହେଇଛି।

Leave a comment