ଓଡ଼ିଶାର ମହାମାରୀ ମୁକାବିଲା ବିଶ୍ୱବାସୀଙ୍କ ପାଇଁ ମଡେଲ ସାଜିଛି – ସୁବ୍ରତ ବାଗ୍ଚୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶାର ମହାମାରୀ ମୁକାବିଲା ବିଶ୍ୱବାସୀଙ୍କ ପାଇଁ ମଡେଲ ସାଜିଛି। ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ମଧ୍ୟ ଓଡ଼ିଶାକୁ ପ୍ରଶଂସା କରିଛି। କିନ୍ତୁ ଆଗାମୀ ଦିନରେ ଲୋକଙ୍କୁ ସତର୍କ ରହିବାକୁ ହେବ। ଶୀତ ଋତୁ ଆରମ୍ଭ ହୋଇଥିବାରୁ ଏହି ସମୟରେ ଲୋକଙ୍କୁ ସତର୍କ ରହିବାକୁ ପଡିବ। ଏନେଇ ଆଜି ରାଜ୍ୟ ସରକାରଙ୍କ କୋଭିଡ ମୁଖପାତ୍ର ସୁବ୍ରତ ବାଗ୍ଚୀ ପ୍ରେସ ରିଲିଜରେ ସୂଚନା ଦେଇଛନ୍ତିି।
ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି କି ଭୁବନେଶ୍ୱର ପୌରାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୩.୫୦ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ ହୋଇଛି। ଭୁବନେଶ୍ୱରରେ ୩ଟି କୋଭିଡ କେୟାର ସେଣ୍ଟର ଓ ୭ଟି କୋଭିଡ ହସ୍ପିଟାଲ ହୋଇଛି। ଯେଉଁଥିରେ ୫୦୯ଟି ଆଇସିୟୁ ବେଡ, ୨୧୬ଟି ଭେଣ୍ଟିଲେଟର ରହିଛି। ସଂକ୍ରମଣର ଗତି କେଉଁ ଆଡକୁ ଯାଉଛି ତାହା ଉପରେ ବିଶେଷଜ୍ଞମାନେ ନଜର ରଖିଛନ୍ତି। ସେହିପରି ସେରୋ ସର୍ଭେ ଖୁସି ଖବର ଆଣିଛି। ନିକଟରେ ଭୁବନେଶ୍ୱର ବିଏମସି ଅଞ୍ଚଳରେ ହୋଇଥିବା ସେରୋ ସର୍ଭେରେ ଅନୁମାନ କରାଯାଉଛି ୫୦ ପ୍ରତିଶତ ଲୋକେ ଭୂତାଣୁର ସଂସ୍ପର୍ଶରେ ଆସିବା ସହ ତାଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇଗଲାଣି।
ସୂଚନାଯୋଗ୍ୟ:
-ବିଶ୍ୱରେ ଏବେ ୪ କୋଟି ୫୩ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି। ଏଥିରୁ ୧୧ ଲକ୍ଷ ୮୬ ହଜାର ଲୋକଙ୍କର ମୃତ୍ୟୁ ହୋଇଛି।
-ଭାରତରେ ୮୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ୧ ଲକ୍ଷ ୨୧ ହଜାର ଲୋକଙ୍କର ପ୍ରାଣହାନି ଘଟିଛି।
-ଓଡ଼ିଶାରେ ୨ ଲକ୍ଷ ୮୭ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିରୁ ୨ ଲକ୍ଷ ୭୦ ହଜାର ସୁସ୍ଥ ହୋଇସାରିଛନ୍ତି। ୧୨୯୭ ଜଣଙ୍କର ମୃତ୍ୟୁ ହୋଇଛି।