ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିବେ ରାଷ୍ଟ୍ରପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୭ ଓ ୨୮ତାରିଖ ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଡିଜି କ୍ୟାମ୍ପ ଅଫିସରେ ଏକ ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ ପୋଲିସ କମିଶନର, ସ୍ପେଶାଲ ଡିଜି ସୁନୀଲ ରାୟ, ଆଇଜି ଅପରେସନ, କୋଷ୍ଟଗାର୍ଡ ଏଡିଜି, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ସିଆଇଏସଫ ପ୍ରମୁଖ ରାଷ୍ଟ୍ରପତିଙ୍କ ସୁରକ୍ଷା ବିଷୟରେ ଆଲୋଚନା କରି ଏକ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ରାଷ୍ଟ୍ରପତି ୨୮ ତାରିଖରେ ଗୋପାଳପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ।

ସୂଚନା ଅନୁଯାୟୀ, ଆସନ୍ତା ୨୭ତାରିଖ ସନ୍ଧ୍ୟା ୬ଟା ରେ ରାଷ୍ଟ୍ରପତି ଏକ ସ୍ବତନ୍ତ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନ ଅଭିମୁଖେ ଯାତ୍ରା କରିବେ । ସେଠାରେ ରାତିରେ ବିଶ୍ରାମ ନେଇ ୨୮ ତାରିଖ ସକାଳ ୬ଟା ୧୦ରେ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବିମାନରେ ଯୋଗେ ଗୋପାଳପୁର ଆର୍ମି ଅଫିସ ଯିବେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଦିଲ୍ଲୀ ପ୍ରସ୍ଥାନ କରିବେ ।

Leave a comment