ରାଷ୍ଟ୍ରପତି ନିର୍ବାଚନ; ନିଜର ମତ ରଖିଲେ ମୁଖ୍ୟମନ୍ତ୍ରୀ

0

ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଛି ମତଦାନ। ଯାହା ସନ୍ଧ୍ୟା ୫ଟା ଯାଏଁ ଚାଲିବ । ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେଉଛନ୍ତି ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା । ଜୁଲାଇ ୨୧ରେ ଭୋଟ୍ ଗଣତି ହେବ । ସେହିପରି ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

ତେବେ ଏହାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି । ଓଡିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ଚାଲିଛି ।

ପ୍ରକାଶ ଯେ ଜୁଲାଇ ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ । ଆଞ୍ଚଳିକ ଦଳ ବିଜେଡି, ୱାଇଏସଆର କଂଗ୍ରେସ, ବିଏସପି, ଏଆଇଏଡିଏମକେ, ଟିଡିପି, ଜେଡିସ୍, ସିରୋମଣି ଅକାଳୀ ଦଳ, ଶିବସେନା ଏବଂ ଜେଏମଏମ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିସାରିଛି । ସେହିପରି ଅରବିନ୍ଦ କେଜରୀୱାଲଙ୍କ ଆପ୍, ସମାଜବାଦୀ ପାର୍ଟି, ଟିଏମସି, ଟଡିପି, ଏନସିପି ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଦେଇଛି । ମୁର୍ମୁ ପ୍ରାୟ ୩ ଭାଗରୁ ଦୁଇ ଭାଗ ଭୋଟ ହାତେଇବାର ସୁଯୋଗ ରହିଥିବା ବେଳେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିନ୍ତ ।

Leave a comment