ଆସନ୍ତା ୨୬ରେ କଟକ ଆସୁଛନ୍ତି ରାଷ୍ଟ୍ରପତି
ଆସନ୍ତା ୨୬ରେ କଟକ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ହାଇକୋର୍ଟ, ଏସସିବି ମେଡିକାଲ , ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ କଟକ ଚଣ୍ଡୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ନଖରା ସ୍ଥିତ ବ୍ରହ୍ମକୁମାରୀ ଆଶ୍ରମ, ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟ ଯିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରକୁ ପୂର୍ବରୁ ଥରେ ଆସି ସାରିଥିବା ବେଳେ ଏହା ତାଙ୍କର ଦ୍ବିତୀୟ ଗସ୍ତ ହେବ ।
ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ନରାଜ ନିକଟରେ ହେଲିପ୍ୟାଡ ବନ୍ଦୋବସ୍ତ ସହ ତାଙ୍କ ପୁରା ଗସ୍ତ ରୁଟ୍ ପାଇଁ ସ୍ଵତନ୍ତ୍ର ଆରେଞ୍ଜମେଣ୍ଟ ଉପରେ ନଜର ରଖିଛି । ସେପଟେ CMC ସମ୍ପୂର୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ମେୟର ଏବଂ କମିଶନର । ଏନେଇ CMC ପରିସରରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।