ହକି ବିଶ୍ଵକପ ପୂର୍ବରୁ କୋକେନ୍ ବିକ୍ରି ପାଇଁ ପ୍ରସ୍ତୁତି !

0

ଭୁବନେଶ୍ଵର : ରାଜଧାନୀରୁ କୋକେନ ଜବତ ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ୨୦୨୩ ହକି ବିଶ୍ଵକପ ପୂର୍ବରୁ ଚାଲିଥିଲା ମାର୍କେଟ ପ୍ରସ୍ତୁତ ! ବିଦେଶୀ ଦର୍ଶକଙ୍କୁ କୋକେନ ବିକ୍ରି ପାଇଁ ମସୁଧା ଚାଲିଥିଲା। ବିଦେଶୀ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ ଯୋଗାଯୋଗ କରାଯାଇଥାନ୍ତା।
ଦିଲ୍ଲୀର ତୁର୍କ ମାନଗେଟରେ ରବିର ବିଗବସ । ସେଠାରୁ ସପ୍ଲାଏ ହେଉଛି ଓଡିଶାକୁ କୋକେନ ।

୨୦୧୦ରେ କମନୱେଲଥ ଗେମବେଳେ କୋକେନ ବ୍ୟବସାୟ ଆରମ୍ଭ କରିଥିଲା ରବି । ରାଜସ୍ଥାନରେ ଚଳାଉଥିଲା ହୋଟେଲ ବ୍ୟବସାୟ, ଦିଲ୍ଲୀରେ ଚଳାଉଥିଲା ଟ୍ରାଭେଲ ବ୍ୟବସାୟ । ରବିଠାରୁ ସାଉଥ ଆଫ୍ରିକା ନୋଟ ଜବତ ହୋଇଛି। ରବି ଓ ସନ୍ନିଙ୍କ କଲ ରେକର୍ଡ ଯାଞ୍ଚ କରୁଛି ଏସଟିଏଫ । ସେପଟେ ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କଲା STF । ରବି ସିଂ ଓ ସନୀ କୁମାରକୁ ରିମାଣ୍ଡରେ ଆଣି ପଚରାଉଚୁରା କରିବ STF।

Leave a comment