ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସଞ୍ଜୟ ଦାସବର୍ମାଙ୍କ ଶପଥ ପାଠ ଓ ନିରବ ପ୍ରାଥନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ନାନକ୍ରମେ ଆଜି ସଂଧ୍ଯା ୬ ଘଣ୍ଟିକାରେ ରାଜ୍ଯ ଯୋଜନା ବୋର୍ଡ଼ ଉପାଧ୍ଯକ୍ଷ ତଥା ବିଜୁ ଜନତା ଦଳ ରାଜ୍ଯ ସାଧାରଣ ସମ୍ପାଦକ (କାର୍ଯ୍ଯାଳୟ) ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ଯ କାର୍ଯ୍ଯାଳୟରେ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟର ନିରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇଥିଲା । ସେଠାରେ ନିଆଯାଇଥିବା ଶପଥ ହେଲା :

୧) ମୁଁ ଜଣେ ଓଡ଼ିଶା ବାସୀ ଭାବରେ ଶପଥ କରୁଛିଯେ କୋଭିଡ୍ ଯୋଦ୍ଧା ମାନଙ୍କୁ ପୁରା ସହଯୋଗ ଓ ସମ୍ନାନ ଦେବି ।

୨) କୋଭିଡ୍ ଲଢେଇ ଆମ ସମସ୍ତଙ୍କ ଲଢେଇ, ପ୍ରତିଟି ଲୋକର ଲଢେଇ ।

୩) ଏ ଲଢେଇ ରେ ମୁଁ ବି ସାମିଲ ।

୪) କୋଭିଡ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଓ ସେମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବି ନାହିଁ ।

୫) ମୁଁ ନିଜେ କୋଭିଡ୍ ନିୟମାବଳୀ ପାଳନ କରିବି ଏବଂ ଅନ୍ୟମାନଙ୍କୁ ଏଥି ପାଇଁ ସଚେତନ କରାଇବି ।

୬) କରୋନା ବିରୁଦ୍ଧରେ ଲଢେଇକୁ ନିଜକୁ ମଜଭୁତ କରିବି ।

୭) ମୁଁ ନିଜେ ଜିତିବି , ମୋ ଓଡ଼ିଶା ଜିତିବ ଓ ମାନବ ଜାତି ବି ଜିତିବ ।

Leave a comment