ଫେସବୁକ ରେ ପୁଅ ମାଗୁଛି ମା’ ର ଜୀବନ ସୁରକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ ମିଡିଆ ରେ ମା’ ର ଜୀବନ ର ସୁରକ୍ଷା ପାଇଁ ୫ମାସ ହେବ ଏକ ଭିଡ଼ିଓ ଦ୍ୱାରା ଭିକ୍ଷା ମାଗୁଛନ୍ତି ହରିଷ୍ ଚନ୍ଦ୍ର ପଣ୍ଡା। ହରିଷ୍ ଙ୍କ ଘର ଯାଜପୁର ର ଗଙ୍ଗାଧରପୁର। ତାଙ୍କ ଅଭିଯୋଗ ମୁତାବକ ତାଙ୍କ ଶଶୁର ଘର ଲୋକ ତାଙ୍କ ମା’ ଙ୍କ ଉପରକୁ ଏସିଡ ପକାଇ ମାରିବାକୁ ଉଦ୍ୟମ କରିଥିଲେ। ଏସିଡ ମାଡ କରିଥିବା ବାଇକ ନମ୍ବର ର ଏକ ଫଟୋ ମଧ୍ୟ ସେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି।
କିଛି ଦୁର୍ବୃତ୍ତ OR 02 AK 0087 ବାଇକ ରେ ଆସି ତାଙ୍କ ମା ଙ୍କ ଉପରକୁ ଏସିଡ ପକାଇଥିଲେ ଯାହାଦ୍ୱାରା ତାଙ୍କ ମା’ଙ୍କ ଆଖି ରେ କ୍ଷତ ସୃଷ୍ଟି ହୋଇଛି। ବର୍ତ୍ତମାନ ମଧ୍ୟ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ହରିଷ୍ ପୋଲିସ ପାଖରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କୁ ସେଠାରୁ ନିରାଶ ହେବାକୁ ପଡିଥିଲା। ତେଣୁ ସେ ସୋସିଆଲ ମିଡ଼ିଆ ର ସାହାଯ୍ୟ ନେଇଛନ୍ତି। ସୋସିଆଲ ମିଡ଼ିଆ ରେ ଦୀର୍ଘ ୫ମାସ ହେଲାଣି ସେ ସାହାଯ୍ୟ ମାଗୁଥିଲେ ମଧ୍ୟ କେହି ତାଙ୍କ ଆଡକୁ ସହଯୋଗର ହାତ ବଢ଼ାଇ ନାହାନ୍ତି। ମାତ୍ର କିଛିଦିନ ହେବ ଦେବାଶିଷ ମିଶ୍ର ନାମକ ଜଣେ ବ୍ୟକ୍ତି ହରିଷ୍ ଙ୍କ ଦ୍ଵାରା ସୋସିଆଲ ମିଡ଼ିଆ ରେ ପୋଷ୍ଟ ହୋଇଥିବା ଭିଡ଼ିଓ ଟିକୁ ଶେୟାର କରିଛନ୍ତି ଓ ହରିଷ୍ ଙ୍କ ପାଇଁ ସାହାଯ୍ୟ ମାଗିଛନ୍ତି।

ସୋସିଆଲ ମିଡିଆ ରୁ ପୋଲିସ ଅନେକ ଲୋକଙ୍କ
ସମସ୍ୟାର ସମାଧାନ କରିଛି ଓ ବହୁତ ଲୋକଙ୍କୁ ନାୟ ମଧ୍ଯ ମିଳିଛି । ଏହାର ଉଦାହରଣ ସ୍ୱରୂପ କିଛିଦିନ ତଳେ ଫେସବୁକ ରୁ ନ୍ୟାୟ ପଇଥିବା ନିମାପଡା ର ବୃଦ୍ଧା ଓ ଭୁବନେଶ୍ୱର ନୟାପଲ୍ଲୀ ର ଦୁଇ ଭଉଣୀ ଙ୍କୁ ନ୍ୟାୟ ମିଳିବା ସହ ଦୁଇ ଜଣ ଆଇଆଇସି ଙ୍କ ବିରୋଧ ରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ ।
ପୋଲିସ ଲୋକଙ୍କ ବନ୍ଧୁ ବୋଲି କହିଆସୁଥିବା ରାଜ୍ୟ ପୋଲିସ ଏହି ଖବର କୁ ଜାଣି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ନୀରବ ରହୁଛି ଏବେ ଏହା ଦେଖିବାକୁ ବାକିରହିଲା।

Leave a comment