ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ର ନୂତନ ଜେନେରାଲ ସେକ୍ରେଟାରୀ ହେଲେ ପ୍ରଶାନ୍ତ ମହାପାତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୨୦୦୦ କେମିଷ୍ଟ ବିଶିଷ୍ଟ ସଂଘ ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ରେ ନୂତନ ଜେନେରାଲ ସେକ୍ରେଟାରୀ ପାଇଁ ଗତ ୩ ତାରିଖ ରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ ୩ ଜଣ ନିର୍ବାଚନ ଅଧିକାରୀ ଙ୍କ ତଦାରଖ ରେ ବ୍ୟାଲଟ ପପେର ମାଧ୍ୟମରେ ହୋଇଥିଲା । ଏହି ନିର୍ବାଚନ ରେ ପ୍ରଶାନ୍ତ ମହାପାତ୍ର ୧୨୧ ଭୋଟ ପାଇ ନୂତନ ଜେନେରାଲ ସେକ୍ରେଟାରୀ ରୂପେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଜିତିବା ପରେ ନୂଆ ଜେନେରାଲ ସେକ୍ରେଟାରୀ ଏକ୍ସପାରି ମେଡ଼ିସିନ ର ଅସୁବିଧା, ରାଜ୍ୟର ମେଡ଼ିସିନ ବ୍ୟବସାୟୀ ମାନଙ୍କର ଅସୁବିଧା ଦୂର କରିବା ସହ ଅନଲାଇନ ମେଡ଼ିସିନ ବିପକ୍ଷରେ ସଂଘ ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି ।

ୟୁ.ସି.ଡି.ଏ (ପି.ଆର.ଓ)

ପ୍ରଗତି ରଞ୍ଜନ ମହାନ୍ତି

Leave a comment