ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ମୁଁ ଖୁସି – ପ୍ରସନ୍ନ ପାଟ୍ଟଶାଣୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ବରିଷ୍ଠ ବିଜେଡ଼ି ପ୍ରସନ୍ନ ପ।ଟଶାଣୀ ନିଜର ପ୍ରତିକ୍ରିୟା ରଖିଛନ୍ତିି। ସେ କହିଛନ୍ତି କି ଦଳରେ ରହି ଦଳ ବିରୋଧୀ କଥା କହିବାରେ ମୁଁ ବିଶ୍ୱାସ କରେ ନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ଯାହା କରିଛନ୍ତି ମୁଁ ସ୍ୱୀକାର କରୁଛି। ମୁଁ ଦଳର ଲୋକ, ଦଳ ପାଇଁ କାମ କରିବି। ଲୋକମାନେ ମୋତେ ଭଲ ପାଆନ୍ତି। ସେମାନଙ୍କୁ ବାଧିଛି। ଦଳ ମୋତେ କ’ଣ ଦେଇଛି, ନଦେଇଛି ବିଜୁବାବୁ ଉପରେ ସବୁ ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା କରନ୍ତି। ହୁଏତ ଏଥର କିଛି ଭଲ ପାଇଁ ଚିନ୍ତା କରିଥିବେ।

ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି କି ନିର୍ବାଚନ ବେଳେକେତେ ନେତା ଟିକେଟ ନପାଇ ଦଳ ଛାଡ଼ିଥିଲେ। ମୋତେ ଅନ୍ୟ ଦଳରୁ ପ୍ରସ୍ତାବ ଆସିଥିଲା। କିନ୍ତୁ ମୁଁ ଦଳ ଛାଡ଼ି ନଥିଲି। ଦଳରେ ରହି ଦଳ ବିରୋଧୀ କଥା କହିବାରେ ମୁଁ ବିଶ୍ୱାସ କରେ ନାହିଁ ।

Leave a comment