ଓଡ଼ିଶା ରାଜନୀତିରେ ନୂଆ ଇତିହାସ: ପ୍ରଣବ ପ୍ରକାଶ

ମୁଖ୍ୟମନ୍ତ୍ରୀଙ୍କ ନାରୀ ସଶକ୍ତିକରଣ ମନ୍ତ୍ର ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ବିଜେଡି ସମସ୍ତ ଜିଲ୍ଲା ପରିଷଦ ଗଠନ କରିଥିବାବେଳେ 70% ଆସନରେ ମହିଳାମାନଙ୍କୁ ନେତୃତ୍ବ ଦେବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ସୂଚନାଯୋଗ୍ୟ, ନାଏବ ସରପଞ୍ଚ ଓ ବ୍ଲକ ଚେୟାରମ୍ୟାନ ନିର୍ବାଚନ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ସମସ୍ତ ୩୦ଟି ଯାକ ଜିଲ୍ଲା ପରିଷଦ ଦଖଲ କରିଛି ବିଜେଡି । ଓଡ଼ିଶା ଇତିହାସରେ ପ୍ରଥମ ଥର ଏମିତି ହୋଇଛି । କୌଣସି ରାଜେନୖତିକ ଦଳ ରାଜ୍ୟରେ ସମସ୍ତ ଜିଲ୍ଲା ପରିଷଦ ଗଠନ କରିବାକୁ ସକ୍ଷମ ହୋଇ ନଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ଯୋଗୁଁ ବିଜେଡି ଏହି ସଫଳତା ପାଇପାରିଛି ।